/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657853784.jpg)
Husband hacks his wifes body
ପିଶାଚ ପାଲଟିଲା ସ୍ୱାମୀ । ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ସ୍ୱାମୀ । ଢେଙ୍କାନାଳ ଗଁନ୍ଦିଆ ଥାନା ଚନ୍ଦ୍ରଶେଖର ପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ନୃସଂଶ ହତ୍ୟାକାଣ୍ଡ । ପ୍ରଥମେ କଟୁରୀରେ ସ୍ତ୍ରୀର ମୁଣ୍ଡ କାଟି ଶରୀରରୁ ଅଲଗା କରିବା ପରେ ଗୋଟିଏ ହାତରେ କଟୁରୀ ଓ ଅନ୍ୟ ହାତରେ କଟା ମୁଣ୍ଡ ଧରି ପ୍ରାୟ ୧୨ କିଲୋମିଟର ଚାଲି ଚାଲି ଆସିଲା ସ୍ୱାମୀ ।
Advertisment
ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀ ସୁଚଳା ମାଝୀର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି । ଚନ୍ଦ୍ରଶେଖରପୁର ଗାଁ ନିକଟରୁ ହାତରେ କଟାମୁଣ୍ଡ ଧରି ଚାଲି ଚାଲି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ସଦର ଥାନା ଅଞ୍ଚଳର ଜଙ୍ଖିରା ନିକଟରେ ଅଟକାଇଥିଲେ । ପରେ ଗଁନ୍ଦିଆ ଥାନା ପୋଲିସ ଖବର ପାଇ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)