Advertisment

ଘର ଆଗରେ ମହିଳାଙ୍କୁ ଏସିଡ୍ ମାଡ଼

ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।

author-image
Chandan Shishu
Acid attack

Acid attack

ଘରୁ ବାହାରିବା ବେଳେ ମହିଳାଙ୍କୁ ଅଜଣା ଦୁର୍ବୃତ୍ତର ଏସିଡ୍ ମାଡ଼।  କଟକ ତିଗିରିଆ ଥାନା ନୂଆପାଟଣା ଗାଁରେ ଆଜି ଭୋର୍ ସମୟରେ ଏସିଡ୍ ମାଡ଼ ହୋଇଛି। ଏଥିରେ ଗୁରୁତର ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି। ନୂଆପାଟଣା ଗାଁର ୩୬ ବର୍ଷୀୟା ରିନା ସାହୁ ଆଜି ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରିବା ବେଳେ ଏସିଡ୍ ମାଡ଼ କରିଥିଲା ଦୁର୍ବୃତ୍ତ  ଏଥିରେ ମହିଳାଙ୍କ ଶରୀରର ୫୦ ଭାଗ ପୋଡି ଯାଇଛି।

Advertisment

ରୀନା ନୂଆପାଟଣାରେ ଏକା ରହୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଅନ୍ୟତ୍ର ରହୁଥିଲେ। ସବୁଦିନ ପରି ଆଜି ଭୋର ପ୍ରାୟ ୪ଟାରେ ରିନା ମର୍ଣ୍ଣିଂ ୱାକ୍‌ କରିବାକୁ ଘରୁ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ହଠାତ୍‌ କେହି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ।

ଏହାପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Advertisment

ଏନେଇ ରୀନା କହିଛନ୍ତି,  ମୁଁ ବଞ୍ଚିବି କି ନାହିଁ ଜାଣିନି। ମୋ ସ୍ୱାମୀ ଓ ଝିଅ ଜୀବନକୁ ପୁଲିସ୍‌ ସୁରକ୍ଷିତ ରଖୁ । ତେବେ ଆକ୍ରମଣ କିଏ ଓ କାହିଁକି କଲା ସେ ନେଇ ସେ କିଛି କହୁ ନାହାନ୍ତି। ଏହା ପଛରେ ପୂର୍ବ ଶତ୍ରୁତା ଅଛି ନା ଅନ୍ୟ କିଛି କାରଣରୁ ଏପରି କାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Acid Attack
Advertisment
Advertisment