/odishatv-khabar/media/post_attachments/uploadimage/library/16_9/16_9_0/Fake_Note__1657686524.jpg)
Fake Note
ରାଜ୍ୟରେ ବଢ଼ି ଚାଲଛି ଜାଲ୍ ନୋଟ କାରବାର। ସମ୍ବଲପୁର ଯୁଯୁମୁରା ନିକଟରେ ୧୫ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ କରିଛି ଏସଟିଏଫ୍। ଏହି ମାମଲାରେ ୨ ଜଣ ଆନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। ବହୁ ଦିନ ହେବ ଏମାନେ ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିଲେ।
କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ମଧ୍ୟ ଜବତ ହୋଇଥିଲା। ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ସେହିପରି ୧ ମାର୍ଚ୍ଚ ୨୦୨୧ ଛତିଶଗଡ଼ରୁୁ ଆନ୍ଧ୍ର ଚାଲାଣ ବେଳେ କୋରାପୁଟ ଜିଲ୍ଲା ସୁଙ୍କି ଆଉଟ୍ପୋଷ୍ଟ ନିକଟରୁ କାରରୁ ଜବତ ହୋଇଥିଲା ଜାଲି ନୋଟ୍ । ତାହା ୭ କୋଟି ୯୦ ଲକ୍ଷ ଟଙ୍କାର ୧୫୮୦ଟି ଜାଲ୍ ୫ ଶହ ଟଙ୍କିଆ ବିଡ଼ା ଥିଲା।
କ୍ରାଇମବ୍ରାଞ୍ଚର ତଥ୍ୟ ଅନୁସାରେ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି। ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି। ୧୮୦ରୁ ଅଧିକ ମାମଲା ହୋଇଛି, ହେଲେ ଆଶ୍ଚର୍ଯ୍ୟର କଥା ପ୍ରତିବର୍ଷ ପୁଳା ପୁଳା ଜାଲି ନୋଟ୍ ଜବତ୍, ଗିରଫଦାରୀ, ଖୋଳତାଡ଼ ସତ୍ତ୍ୱେ ରାଜ୍ୟ ଯେମିତି ଫେକ୍ ନୋଟ୍ କାରବାରର ହବ୍ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)