ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲା ଜୟ ପ୍ରକାଶ। ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବେପାର କରୁଥିବା କହି ଚଳାଇଥିଲେ ଏହି କଳା ବ୍ୟବସାୟ।
ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।
ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇ ଜଣେ ଯୁବକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।
ବନ୍ଧା ହେଲେ ଠକ ଡାକ୍ତରଙ୍କ ଭଉଣୀ । ଗିରଫ ହେଲେ ୧୮ ଭାଉଜଙ୍କ ଅଳିଅଳି ନଣନ୍ଦ । ଯିଏ ଭାଇର କ୍ରାଇମପାର୍ଟନର ସାଜି ଚଳାଉଥିଲେ ଠକଭଣ୍ଡର କଳା ବେପାର । ହେଲେ ଏବେ ବିବାହ ନାଁରେ ମହିଳାଙ୍କୁ ଲୁଟ୍ର ଖେଳ ଖତମ୍ ।
ଠକ ଭାଇ ସାଙ୍ଗେ ଭଉଣୀ ସାଙ୍ଗ, ମିଶିକି ରଚୁଥିଲେ ବିବାହର ବ୍ଲୁ ପ୍ରିଣ୍ଟ। ଫସୁଥିଲେ ହାଇ ପ୍ରୋଫାଇଲ୍ ମହିଳା। ପ୍ରତି ବାହାଘରରେ ଭଉଣୀ ନେଉଥିଲେ ନଣନ୍ଦ ପୁଟୁଳି।
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର ।
ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସାମିଲ ଥିଲେ । ଅଭିଯୁକ୍ତ ରମେଶ ସହ ତାଙ୍କ ଉଭଣୀକୁ ଭିଡିଓ କନଫରେନ୍ସିଂରେ ଏକାସଙ୍ଗରେ ପଚରା ଉଚରା କରାଯାଇଥିଲା ।
420 ଡାକ୍ତର ରମେଶ ସ୍ୱାଇଁଙ୍କ ନୂଆ କାହାଣୀ । ଧନ ସମ୍ପତ୍ତି ଲୁଟ୍ ପାଇଁ ନକଲି ଡାକ୍ତର ରମେଶ ସ୍ୱାଇଁ କେମିିତି ୧୮ ମହିଳାଙ୍କୁ ବିବାହ କରିଥିଲେ, ତାହା ତ ଆପଣ ଜାଣିଛନ୍ତି । ହେଲେ ଏହି ଠକ ଡାକ୍ତରଙ୍କ କ୍ରାଇମ ସିଣ୍ଡିକେଟ୍ରେ ଆଉ କେଉଁମାନେ ଅଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।
ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି
୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ଏହି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାର ପରିବାର ଲୋକ । ବିଶେଷ କରି ଭଉଣୀ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି ।
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଜାହାଙ୍ଗୀରର ପ୍ରତାପ ଚନ୍ଦ୍ର ରାଉତ ହୋଇଥିବା ଜଣାପଡ଼ିଛି । ପ୍ରତାପଙ୍କୁ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଛି ବୋଲି ସଂପର୍କୀୟମାନେ ଧାମନଗର ଥାନାରେ ଏତଲା ଦେଇଛନ୍ତି।
ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ । ହେଲେ ଘଟଣାରେ ପୋଲିସ୍ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।
ତୁରନ୍ତ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବଡ଼ ବିପଦ।
ରସିକିଆ ନକଲି ଡାକ୍ତରଙ୍କଠାରୁ ୨ଟି ଗାଡ଼ି ଠାବ କରିଛି ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପୋଲିସ ରେଡ୍ ମଧ୍ୟ କରିଛି । ଗିରଫ ହେବା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ ସଂପୃକ୍ତ ଡାକ୍ତର ।
‘ସୋନାଲି ଗୋଟିଏ ସିଙ୍ଗର । ହେଲେ ସେ ତାର ରୂପ ବଳରେ ଗୋଟିଏ ପରେ ଗୋଟିଏ ପୁଅକୁ ଫଶାଇ ଚାଲିଛି ।
ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ସଂଘର୍ଷରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ପ୍ରିଜାଇଡିଂ ଅଫିସର୍ ଜଣକ ବାହାରକୁ ଆସି ପୋଲିସ୍ ଆଗରେ କେମିତି ହାତ ଯୋଡ଼ି ନେହୁରା ହେଲେ।
ସ୍ୱାମୀ ପାଲଟିଲା ସଇତାନ୍ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ ଏଭଳି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରାଯାଇଛି ।
ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ?
ଚାରିଶ ବିଶ୍ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁଛି ପୋଲିସ୍।
ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ।
୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ତାଙ୍କୁ ପଚରାଉଚରା ବେଳେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ । ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୋଲିସର ଯୋଜନା ରଖିଥିବା ସୂଚନା ମିଳିଛି॥
ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍ ହୋଇଛି ।
ଟ୍ୱିନ୍ସିଟିରେ ବୁଲୁଛି କୋଲକାତାର ୱାଣ୍ଟେଡ୍ କ୍ରିମିନାଲ୍। ଓଡ଼ିଶା କ୍ରାଇମ୍ବ୍ରାଞ୍ଚ କୋଲକାତାର ଜଣେ ଓ୍ୱାଣ୍ଟେଡ୍ ଅପରାଧୀର ଫଟୋ ଜାରି କରିଛି। ଏହି ଅପରାଧୀର ନାଁ ବିମଲ ଶର୍ମା।
ପୋଲିସ୍ ନକଲି, ହେଲେ ଲୁଟ୍ ଅସଲି। ନିଜକୁ ମିଛରେ ସ୍ପେଶାଲ୍ ସ୍କ୍ୱାଡ୍ ଷ୍ଟାଫ୍ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।