Advertisment

'ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍‌ କୁଆଡ଼େ ସୁନା ମାଡାମଙ୍କ ପ୍ରେମିକ'

ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ..

author-image
Otv Khabar Bureau
ଅଦ୍ୟତନ ହୋଇଛି
Husband Alligation

Husband Alligation

ପୁଣି ଚର୍ଚ୍ଚାରେ ଇନସପେକ୍ଟର ସୁନା ମାଡାମ୍‌ । ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ । କହିଲେ, ବିବାହ ବିଚ୍ଛେଦ ହୋଇନି ବରଂ ପୁରୁଷ ବନ୍ଧୁଙ୍କ ସହ ବୁଲୁଛନ୍ତି ସୁନା ମାଡାମ୍‌ । ସେ ପୁରୁଷ ବନ୍ଧୁ ବି କୁଆଡେ ଜଣେ ଅପରାଧୀ ।

Advertisment

ଇନସପେକ୍ଟର ସୁନା ମାଡାମ୍‌ଙ୍କୁ ନେଇ ପୁଣି ସାମ୍ନାକୁ ଆସିଲା ନୂଆ କାହାଣୀ । ନିଜ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହୋଇନି କିନ୍ତୁ ପୁରୁଷ ବନ୍ଧୁଙ୍କ ସହ ବୁଲାବୁଲି କରୁଛନ୍ତି ସୁନା ମାଡାମ୍‌ । ଏମିତିକି ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ତାଙ୍କର ଏତେ ଭରସା ଯେ ରଥଯାତ୍ରାରୁ ଫେରିବା ବେଳେ ତାଙ୍କୁ କୁଆଡେ ଗାଡି ବି ଚଳାଇବାକୁ ଦେଇଥିଲେ ମାଡାମ୍‌ । ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କର କୁଆଡେ ଲାଇସେନ୍ସ ବି ନଥିଲା। ଯାହା ଫଳରେ କାର୍‌ ଦୁର୍ଘଟଣା ହେଲା, ଆଉ ୩ ଜଣ ନିରୀହଙ୍କ ପ୍ରାଣ ଗଲା।

ଖାଲି ସେତିକି ନୁହେଁ ବରଂ ଏବେ ବି ୪ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଜାଣିଶୁଣି ନିଜ ପୁରୁଷ ବନ୍ଧୁ ସହ କୁଆଡେ ଲୁଚିକି ରହିଥିଲେ ସୁନା ମାଡାମ । ଏକଥା ଆମେ ନୁହେଁ ବରଂ ଖୋଦ୍‌ ସୁନା ମାଡାମ୍‌ଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ହେଲେ ଦୁର୍ଘଟଣା ପରେ, ଦୁର୍ନାମ ସୁନା ମାଡମଙ୍କ ପିଛା ଛାଡୁନି । ପ୍ରଥମେ ବିନା ଲାଇସେନ୍ସରେ ଅଜୟ ଜେଠୀଙ୍କୁ ଗାଡି ଚଲାଇବାର ଦୁନାର୍ମ ଏବେ ଗାଡି ମାଲିକାଣୀ ଲେଡି ଇନସେପେକ୍ଟଙ୍କ ମୁଣ୍ଡରେ ।

Advertisment

ଏସବୁ ଭିତରେ ଏବେ ସମସ୍ତଙ୍କ ସ୍ୱାଭାବିକ ପ୍ରଶ୍ନ, ଲେଡି ଇନସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଅଜୟ ଜେଠୀଙ୍କ ଭିତରେ ସଂପର୍କ କଣ ? ମେ, ୨ ତାରିଖ, ୨୦୨୨,ସୁନ୍ଦରଗଡ ଥାନାରେ ରୁଜୁ ହୋଇଥିଲା ସୁନା ମାଡାମଙ୍କ ନାମରେ ମାମଲା । ଏଥିରେ ଅଭିଯୁକ୍ତ ଅଛନ୍ତି ସ୍ନିଗ୍ଧାରାଣୀ ସୁନା ଓ ଅଜୟ ଜେଠୀ । ଆ.ପି.ସି ଧାରା ୨୯୪/୫୦୬/୩୨୩/୪୯୪ ଓ ୩୪ ଅନୁଯାୟୀ, ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଉ ଏଇଠି ଅଭିଯୋଗକାରୀ ଖୋଦ ସ୍ନିଗ୍ଧାରାଣୀ ସୁନାଙ୍କ ସ୍ୱାମୀ ସୁରେଶ ବାଗ । ସ୍ନିଗ୍ଧାରାଣୀ ସୁରେଶଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ୨୦୨୦ ମସିହାରେ ସ୍ୱାମୀଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ ସିଗ୍ଧା।

ରାଉରକେଲାରେ ଚାକିରୀ କରୁଥିବା ସୁରେଶ ଗତ ମେ ୨ ତାରିଖରେ ଘରକୁ ଆସି ଯାହା ଦେଖିଥିଲେ ତାହା ଅତି ଲଜ୍ୟାଜନକ ଥିଲା ବୋଲି କହିଛନ୍ତି ସୁରେଶ । ତାଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ଅଜୟ ଜେଠୀ ରହୁଥିଲା ଏବଂ ସୁରେଶଙ୍କୁ ଦେଖି ମୁଁ ଅଜୟକୁ ବାହା ହୋଇଛି କହି ସୁରେଶକୁ ଧମକ ଦେଇଥିଲେ ସ୍ନିଗ୍ଧାରାଣୀ । ଆଉ ସୁରେଶଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ସ୍ନିଗ୍ଧାରାଣୀ ଓ ତାଙ୍କ ପୁରୁଷ ବନ୍ଧୁ ଅଜୟ ଜେଠୀଙ୍କ ନାଁରେ ରୁଜୁ ହୋଇଛି ମାମଲା ।

ସୁରେଶଙ୍କ ଅଭିଯୋଗ ଅନୁଯାୟୀ, ଅଜୟ ଜେଠୀ ଜଣେ ଅପରାଧି । ତେବେ ଆଜି ପର୍ଯ୍ୟନ୍ତ ନିଜ କାର୍ଯ୍ୟରେ ଯୋଗଦେଇ ନାହାନ୍ତି ଲେଡି ଇନସେପେକ୍ଟର । ଜଣେ ଅପରାଧିଙ୍କ ସହିତ ସଂପର୍କ ଥିବା ଲେଡି ଇନସପେକ୍ଟର ସ୍ନିଗ୍ଧାରାଣୀ ଏବେ ସୁନ୍ଦରଗଡ ଜିଲ୍ଳାର ଶିଶୁ ଓ ମହିଳା ଡେକ୍ସ ଦାୟିତ୍ୱରେ । କିନ୍ତୁ ଏ ସଂର୍ପକରେ ଫୋନ ଯୋଗେ ସ୍ନିଗ୍ଧାରାଣୀଙ୍କୁ ବାରମ୍ବାର ସଂପର୍କ କରିଥିଲେ ମଧ୍ୟ, ସେ ଫୋନ ଉଠାଉନାହାନ୍ତି । ଏପରିକି ସୁନ୍ଦରଗଡ ଏସ୍‌.ପି କି ବିଭାଗୀୟ ଡି.ଏସ୍‌.ପି ଏନେଇ କୌଣସି ପ୍ରତିକ୍ରୀୟା ଦେବାକୁ ବି ମନା କରିଦେଇଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସିଗ୍ଧାରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି କାହିଁକି ପୋଲିସ? ଦୁର୍ଘଟଣା ଦିନ ଦୁର୍ଘଟଣାସ୍ଥଳରେ ଲୋକଙ୍କ ସହିତ ସୋନପୁର ଏସ୍‌.ପି ଏମିତି କଥାବାର୍ତ୍ତା ହେଉଥିଲେ...ସେ କହିଛନ୍ତି ଯାହା କହୁଛ କରିଦେବି । ସୁନା ମାଡାମ ବିରୋଧିରେ ବି କାଯ୍ୟାର୍ନୁଷ୍ଠାନ ନେବି । ମୁଁ କୌଣସି ଇନସପେକ୍ଟର ଫିନସପେକ୍ଟର ଜାଣେ ନାହିଁ । ମୁଁ କଣ କାହା ଅଣ୍ଡରରେ ଚାକିରୀ କରୁଛି । ଏମିତି କେତେ କଣ କହି ନିରୀହ ଲୋକଙ୍କୁ ବୁଝାଇ ଦେଇଥିଲେ।

ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେନି ଏସପି । କେହି ବି ଏ ପର୍ଯ୍ୟନ୍ତ ସୁନା ମାଡାମଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଲେନି। ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

Special Story Snigdharani Suna Husband Alligation
Advertisment
Advertisment