Patakura
ଥାନା ଆଗରେ ଝିଅର ମୃତଦେହ ରଖି ନ୍ୟାୟ ମାଗୁଛନ୍ତି ବାପା-ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ମହାମୁଦା ଗାଁରେ । ପଡୋଶୀଙ୍କ ପରିବାର ବାଟଘାଟରେ ଝିଅକୁ ଆକ୍ଷେପ କରିବା ସହ ଲଜ୍ଜାଜନକ ମନ୍ତବ୍ୟ ଦେବା ଯୋଗୁଁ ଝିଅ ଏହା ସହି ନପାରି ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଝିଅର ମା ଝରଣା ସ୍ୱାଇଁ ପଡୋଶୀଙ୍କ ନାଁରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ।
ଝିଅର ମାଆଙ୍କ କହିବା ଅନୁସାରେ ଗତ ୧୭ ତାରିଖରେ ତାଙ୍କର ଝିଅ ଶୁଭଦର୍ଶନୀ ସ୍ୱାଇଁଙ୍କୁ ପଡୋଶୀ ସୁଜାତା ମହାନ୍ତି ମାରଧର କରିବା ସହ ଗାଳିଗୁଲଜ କରିଥିଲେ । ଏହା ସହ ଅଶାଳୀନ ମନ୍ତବ୍ୟ ଦେବା ସହ ଆକ୍ଷେପ କରିଥିଲେ । ଏହାକୁ ନେଇ ସେହିଦିନ ପାଟକୁରା ଥାନାରେ ଏତଲା ହୋଇଥିଲା । ହେଲେ ଥାନାରେ ଏ ମାମଲାକୁ ଗୁରୁତ୍ୱ ନଦେବାରୁ ପଡୋଶୀ ଓ ଅନ୍ୟମାନେ ବାରମ୍ବାର ଶୁଭଦର୍ଶିନୀଙ୍କୁ ଆକ୍ଷେପ କରିଥିଲେ । ଫଳରେ ଏସବୁ ସହିନପାରି ଝିଅ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)