ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।
ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପ୍ରଥମେ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । କଡ଼ା ସୁରକ୍ଷାରେ ଭୁବନେଶ୍ୱର ସିବିଆଇ ଅଫିସରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା ।
ତିନି ଦିନ ବିତିଲା। ତଥାପି ସରୁନି DN ସାମ୍ରାଜ୍ୟ ଉପରେ ଇନ୍କମ୍ ଟ୍ୟାକ୍ସ ରେଡ୍ । ୧୦୫ କୋଟିର ବ୍ୟାବସାୟିକ ଦସ୍ତାବିଜ ଓ ଜବତ ୩ ଟ୍ରଙ୍କ୍ ଟଙ୍କାକୁ ନେଇ ଚାଲିଛି ତନାଘନା । ଏତେ ପରିମାଣର ଟଙ୍କା କାହାର, କଂପାନୀର ଜଣେ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା, ତାକୁ ନେଇ ଚାଲିଛି ଖୋଳତାଡ଼ । ତା ସହିତ ବଡ଼ ପ୍ରଶ୍ନ DN ସାମ୍ରାଜ୍ୟ ପଛରେ ପ୍ରଭାବଶାଳୀ ପୃଷ୍ଠପୋଷକ କିଏ ? କାହିଁକି ଆକ୍ସନ ମୋଡକୁ ଆସୁନି ORERA ।
ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ସେମାନଙ୍କୁ ହାଜର କରାଯାଇଛି ସିବିଆଇ । କଡ଼ା ସୁରକ୍ଷା ଭିତରେ ସିବିଆଇ ଅଫିସ୍ରୁ ୩ ଅଭିଯୁକ୍ତଙ୍କୁ ନିଆଯାଇ ପ୍ରଥମେ ସେମାନଙ୍କ ମେଡିକାଲ ଚେକ୍ଅପ କରାଯାଇଥିଲା ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଗିରଫ କରାଯାଇଛି । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତଙ୍କ ସହ ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ସମସ୍ତଙ୍କୁ ଆଇପିସିର ଧାରା ୩୦୪ ଏବଂ ୨୦୧ରେ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।
ଆଇଟି ସ୍କାନରରେ ୧୦୫ କୋଟିର ରିୟଲ ଇଷ୍ଟେଟ୍ ବିଜନେସ୍ । କାହିଁକି ଆକ୍ସନ ମୋଡକୁ ଆସୁନି ଓରେରା ?
ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ ।
ତିନୋଟି ଘରୁ ଅଳଙ୍କାର ଚୋରି ଅଭିଯୋଗରେ କେରଳ ପୋଲିସ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
୩୬ ଘଣ୍ଟା ପରେ ବି DN ସାମ୍ରାଜ୍ୟ ଉପରେ ସରୁନି ଆୟକର ରେଡ୍ ।
୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ, ଚାଲିଛି ଆୟକର ଖୋଳତାଡ଼ । DN GROUPର ଥାର୍ଡ ଫ୍ଲୋର ଲିଙ୍କ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ ।
ଉଦୟପୁର ବେଳାଭୂମିରେ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଟିଣଛପର ଘରେ ଚାଲିଥିଲା ଦେହ ବ୍ୟବସାୟ । ବାଂଲାଦେଶରୁ ଆସି କରିଥିଲେ ଆଡ୍ଡା । ସୀମା ନିର୍ଦ୍ଧାରଣ କଲା ପରେ ଉଚ୍ଛେଦ କଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ
ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି ।
ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘରର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସାଲେଭଟା ମୁରଶୁଣ୍ଡ ଗାଁ ଅଙ୍ଗ ନଦୀରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ବଲାଙ୍ଗିରରେ RIଙ୍କୁ ମାଡ଼ ମାରିବା ସହ ମୋବାଇଲ ଜାଳିଦେଲେ ବାଲି ମାଫିଆ । ଡୁଙ୍ଗୁରିପାଲି ହସ୍ପିଟାଲରେ RI, ଏତଲା ଦେଲେ ତହସିଲଦାର ।
ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...
ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?
ଚିଟ୍ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି ।
ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବାବେଳେ ଧରାପଡ଼ିଲେ ମାଲକାନଗିରି ସିନ୍ଦ୍ରିମାଳ ଆରଆଇ ସୀମାଞ୍ଚଳ ସାହୁ । ଜଣେ ହିତାଧିକାରୀଙ୍କଠାରୁ ୨୫ ହଜାର ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ....
ପାଗଳାମୀର ବି ସୀମା ଥାଏ.. ମଜା ମଜାରେ ମୃତ୍ୟୁକୁ ଡାକି ଆଣିବା କେତେ ଦୂର ଯୁକ୍ତିଯୁକ୍ତ ..
ପର୍ଣ୍ଣ ଦେଖିବା ସହ ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ। ଦିଲ୍ଲୀରେ ଏଭଳି ଘଟଣା ଘଟିଛି।
ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ଓ କ୍ୟାମେରା କଏଦ ଦୃଶ୍ୟ ଆଧାରରେ ପରିସ୍ରା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ
ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା
ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି।