/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696484041.jpg)
case of police against police
ପୋଲିସ ବିରୋଧରେ ପୋଲିସର ମାମଲା । ତାପୁଣି ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଆସିଛି ବାଲେଶ୍ୱରରୁ । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟରେ ଜଣେ ମହିଳା କନଷ୍ଟେବଲ ଏଭଳି ଅଭିଯୋଗ ଆଣିଛନ୍ତି । ମହିଳା କନଷ୍ଟେବଲ ଜଣକ ହାବିଲଦାର ଓ ସିପାହୀ ସଂଘର ସଭାପତି ମାନସ ପାଣିଗ୍ରାହୀ ଏବଂ ଅନ୍ୟ ଜଣେ କନଷ୍ଟେବଲ ଗଙ୍ଗାଧର ବିଶ୍ୱାଳଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡ଼ିଛି ।
ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ, ଅଭିଯୋଗକାରିଣୀ ମହିଳା କନଷ୍ଟେବଳ ଏବଂ ଗଙ୍ଗାଧର ବିଶ୍ୱାଳଙ୍କ ମଧ୍ୟରେ ଟଙ୍କା ଋଣ କାରବାରକୁ ନେଇ ବିବାଦ ଲାଗି ରହିଥିଲା । ଗତ ଜୁଲାଇରେ ସଂଘ ସଭାପତି ମାନସ ଏବଂ ଗଙ୍ଗାଧର ସମାଧାନ ପାଇଁ ମହିଳାଙ୍କୁ ସଂଘ କାର୍ଯ୍ୟାଳୟକୁ ଡାକି ଦୁଷ୍କର୍ମ କରିଥିବା ଆଭିଯୋଗ ହୋଇଥିଲା।
ଏନେଇ ପୋଲିସରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ଜଣକ ବାଲେଶ୍ୱର SDJM କୋର୍ଟର ଦ୍ୱାରସ୍ଥ ହେବା ପରେ, କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସହଦେବଖୁଣ୍ଟା ପୋଲିସ ମାମଲା ରୁଜୁ କରିଛି । ସେପଟେ ସଂଘର ସଭାପତି ଏହି ଘଟଣାକୁ ମିଛ ବୋଲି କହିଛନ୍ତି । ହେଲେ କ୍ୟାମେରା ସାମ୍ନାରେ ନା ଅଭିଯୋଗକାରିଣୀ, ନା ଅଭିଯୁକ୍ତ, ନା ପୋଲିସ, କେହି ମୁହଁ ଖୋଲିବାକୁ ରାଜି ହୋଇନାହାନ୍ତି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)