Advertisment

ପାଠ ଯୁକ୍ତ ଦୁଇ ହେଲେ ପରିଚୟ ଡାକ୍ତର, ରୋଗୀ ବେଶରେ ଆସି ନକଲି ଡାକ୍ତରଙ୍କୁ ଧରିଲା ପୋଲିସ୍

ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି ।

author-image
Santosh Kumar Sahoo
Fake Doctor

Fake Doctor

ରୋଗୀ ବେଶରେ ଆସି ନକଲି ଡାକ୍ତରଙ୍କୁ ଧରିଲା ପୋଲିସ୍ । ବେଆଇନ ନର୍ସିଂ ହୋମରେ ଏଭଳି କିଛି ଢଙ୍ଗରେ ଚଢ଼ାଉ କରି ଏକ ବଡ଼ ଅପରାଧର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ସଦୃଶ୍ୟ ତାଳଚେର ପୁରୁଷୋତ୍ତମ୍ ନର୍ସିଂ ହୋମ୍‌ର ଅନେକ ଗୁମର ଫିଟିଛି । ଉପଯୁକ୍ତ ଡାକ୍ତରୀ ଲାଇସେନ୍ସ ନଥିବା ସତ୍ତ୍ୱେ ପ୍ରଦୀପ ବେହେରା ନାମକ ବ୍ୟକ୍ତି ଚଲାଇଥିଲେ ନର୍ସିଂ ହୋମ୍ । ରୋଗୀ ଦେଖୁଥିଲେ, ଔଷଧ ବି ଦେଉଥିଲେ ।

Advertisment

ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି । ଖାଲି ଏତିକି ନୁହେଁ, ନର୍ସିଂ ହୋମ୍‌ର ଅନୁମତି ୨୦୧୯ ପରଠୁ ଆଉ ନବୀକରଣ ହୋଇନି। ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।

Advertisment
Fake Doctor Talcher Odisha Odisha
Advertisment
Advertisment