Advertisment

ଗୁଣି ଗାରେଡ଼ିର ଚରମ ପରିଣାମ, ବଡ଼ ବାପାଙ୍କୁ ହତ୍ୟା କଲା ପୁତୁରା !

ପୂର୍ବରୁ ଗୁଣି କରୁଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। ତେବେ ଏହା ଆଜି ଉଗ୍ର ରୂପ ନେବାରୁ ଏତେ ବଡ଼ କାଣ୍ଡ ଘଟିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି।

author-image
Santosh Kumar Sahoo
Murder

Murder

ପୁତୁରା ସାଜିଲା ହତ୍ୟାକାରୀ ! ଗୁଣି ଗାରେଡ଼ିର ଚରମ ପରିଣାମ ଭବାନୀପାଟଣା ସିକେରଗୁଡ଼ା ଗାଁରେ ଦେଖିବାକୁ ମିଳିଛି । ବଡ଼ ବାପା ଗୁଣି କରୁଥିବା ସନ୍ଦେହ କରି ପୁତୁରା ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛି। ସିକେରଗୁଡ଼ା ଗାଁର ଜଳ ନାଏକଙ୍କୁ ତାଙ୍କ ପୁତୁରା ସହଦେବ ନାଏକ ଆଜି ଚାଷ ଜମିରେ ଆକ୍ରମଣ କରି ସେଠୁ ଫେରାର ମାରିଥିଲା।

Murder Odisha
Advertisment
Advertisment