Advertisment

ଲାଞ୍ଚ ଟଙ୍କା ସହ OSAP କମାଣ୍ଡାଣ୍ଟଙ୍କୁ ଧରିଲା ଭିଜିଲାନ୍ସ, ବେଆଇନ୍‌ ଭାବେ ଲକ୍ଷାଧିକ ଟଙ୍କା ପାଖରେ ରଖିଥିଲେ...

ବେଆଇନ୍‌ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି।

author-image
Rajalaxmi Sahoo
Vigilance nabs OSAP commandant with ill-gotten bribe money in Bhubaneswar

Vigilance nabs OSAP commandant with ill-gotten bribe money in Bhubaneswar

ବେଆଇନ୍‌ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି। ଢେଙ୍କାନାଳ OSAP ୧ ନମ୍ବର ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଗିରଫ କରି ଭିଜିଲାନ୍ସ ଟିମ୍‌ କୋର୍ଟ ଚାଲାଣ କରିଛି।

Advertisment

ନିଜ ସରକାରୀ ଗାଡ଼ିରେ ୧ଲକ୍ଷ ୩୧ ହଜାର ଟଙ୍କା ଧରି ଢେଙ୍କାନାଳରୁ ଭୁବନେଶ୍ୱରକୁ ଯାଉଥିଲେ ସୁନୀଲ । ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ଖବର ପାଇ ଅଧାବାଟରେ ମାଡ଼ି ବସିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍। କଟକ ମଧୁସୂଦନ ସେତୁ ନିକଟରୁ ୧ ଲକ୍ଷ ୩୧ ହଜାର ଟଙ୍କା ସହ ଭିଜିଲାନ୍ସ ଟିମ୍‌ ଧରିଥିଲା ।

ଖାଲି ଏତିକି ନୁହେଁ, କମାଣ୍ଡାଣ୍ଟଙ୍କର ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ରେଡ୍ ହୋଇଛି। ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରଆଦି ୫ଟି ସ୍ଥାନରେ ରେଡ୍ ବେଳେ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି।

Advertisment

କେଉଁ ବାବଦରେ ଏତେ ଟଙ୍କା ସରକାରୀ ଗାଡ଼ିରେ ଧରି ଯାଉଥିଲେ ସେନେଇ ସୁନୀଲ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିଲା। ପୂର୍ବରୁ ମଧ୍ୟ ବାଟାଲିଅନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା।

Vigilance Raid
Advertisment
Advertisment