• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜେଲ୍ ଫେରନ୍ତା ପୁଅର ଉନ୍ମତ୍ତ କାଣ୍ଡ । ଘର ଭିତରେ ୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାରୁ ଆସିଛି । ଟିକାବାଲି ଥାନା ବଡ଼ିମୁଣ୍ଡା ଖଜୁରୀସାହିରେ ଏହି ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୋଗକୁ ଆଧାର କରି ମାତୃହନ୍ତା ପୁଅକୁ ଅଟକ ରଖିଛି ପୋଲିସ ।

ପୂର୍ବରୁ କୌଣସି ଏକ ମାମଲାରେ ସଜା କାଟୁଥିଲା ଅଭିଯୁକ୍ତ ପୁଅ । ଗତ ୮ ଦିନ ତଳେ ଜେଲ୍‌ରୁ ଘରକୁ ଫେରିଥିଲା । ହେଲେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ । ପୁଅ ମାଆକୁ ପୋଡ଼ି ମାରିଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଘଟଣାସ୍ଥଳଆରେ ପୋଲିସ ପହଞ୍ଚି ତଦନ୍ତ କରିଛି । ବୃଦ୍ଧା ମା’କୁ କେଉଁ କରଣରୁ ପୁଅ ପୋଡ଼ି ହତ୍ୟା କଲା ସେନେଇ ତନାଘନା ଚଳାଇଛି ପୋଲିସ । ଏପରି ଏକ ଘଟଣାକୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।