Advertisment

ଉପରେ ବେଟା.. ବେଟା.. ଡାକୁଥିଲେ, ମନ କହୁଥିଲା 'ମୋନିକା ଓ ମାଇଁ ଡାର୍ଲିଂ

ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର ।

author-image
Satyendu Shekher Mishra
undefined

Monika - Delhi Police

ଦିଲ୍ଲୀ ପୋଲିସର କରିତକର୍ମା କନଷ୍ଟେବଲ ସୁରେନ୍ଦ୍ର ସିଂ ରାଣା। ଖାକି ବର୍ଦ୍ଦିରେ ଖତରନାକ୍ ସୈତାନ। ତାଙ୍କ ପାଇଁ ଜଣେ ମହିଳା କନଷ୍ଟେବଲ ମୋନିକା ୟାଦବଙ୍କ ଆଇଏଏସ୍ କି ଆଇପିଏସ୍ ବନିବା ସ୍ୱପ୍ନ, ଜଳିପୋଡ଼ି ଛାରଖାର ହୋଇଗଲା । ଆଜି ସେହି ମୋନିକା ଆଉ ଏହି ଦୁନିଆରେ ନାହାନ୍ତି ।

Advertisment

ହଁ.. ଠିକ୍ ଶୁଣିଛନ୍ତି । ୨୮ ବର୍ଷୀୟା ମୋନିକା ୨୦୧୮ରେ ଦିଲ୍ଲୀ ପୋଲିସର ପିସିଆର୍ ୟୁନିଟରେ ଯୋଗଦେବା ପରେ ସହକର୍ମୀ ଭାବେ ୪୨ ବର୍ଷୀୟ ସୁରେନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କୁ 'ଡାଡା' ଡାକୁଥିଲେ । ଅପରପକ୍ଷରେ ବିବାହିତ ସୁରେନ୍ଦ୍ର ତାଙ୍କୁ ମୁହଁରେ 'ବେଟା' ଡାକୁଥିଲେ ବି, ମନରେ କହୁଥିଲା 'ମୋନିକା ଓ ମାଇଁ ଡାର୍ଲିଂ।

ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର । ୨୦୨୧ ସେପ୍ଟେମ୍ବର ୮। ମୋନିକାଙ୍କୁ ଲିଭ-ଇନରେ ରହିବା ପାଇଁ ଚାପ ପକାଇଲା ସୁରେନ୍ଦ୍ର । ହେଲେ ମୋନିକା ଏଥିପାଇଁ ସଫାସଫା ମନା କରିଦେବାରୁ, ଜାଗି ଉଠିଲା ସୁରେନ୍ଦ୍ର ଭିତରର ସୈତାନ। ମୋନିକାଙ୍କ ତଣ୍ଟି ଚିପି ବୁରାରି ପୁସ୍ତାର ଏକ ନିଛାଟିଆ ନାଳରେ ମୃତଦେହକୁ ଲୁଚାଇଦେଲା । ହେଲେ କଥା ଏତିକିରେ ସରିଲାନି ।

Advertisment

ଏହି ମର୍ଡର ମିଷ୍ଟ୍ରିଠୁ ଅଧିକ ରୋଚକ, ୟା ପରର କାହାଣୀ। ଦୀର୍ଘ ଦୁଇ ବର୍ଷ ଧରି ପୋଲିସ ଓ ମୋନିକାଙ୍କ ପରିବାର ଲୋକଙ୍କୁ ଚକମା ଦେଇଥିଲା ଚାଲାକ୍ ସୁରେନ୍ଦ୍ର ।

କନଷ୍ଟେବଲ ସୁରେନ୍ଦ୍ର, ମୋନିକାଙ୍କ ପରିବାର ଲୋକଙ୍କୁ କହିଲା ଯେ, ସେ ଅରବିନ୍ଦ ନାମକ ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଛନ୍ତି। ୨୦୨୧ ଅକ୍ଟୋବର ୨୦ରେ ଥାନାରେ ନିଖୋଜ ଏତଲା ପରେ, ସୁରେନ୍ଦ୍ର ଦେଖେଇ ହେବା ପାଇଁ ନିଜେ ବିଭିନ୍ନ ଜାଗାରେ ଖୋଜାଖୋଜି କରୁଥିଲା ଏବଂ ଥାନାଧିକାରୀଙ୍କ ଉପରେ ଜୋରଦାର ଛାନଭିନ ଲାଗି ଓଲଟା ଚାପ ପକାଇଥିଲା। ପଛରେ କିନ୍ତୁ ତଦନ୍ତକୁ ଭ୍ରମିତ କରିବା ପାଇଁ ବୁଣି ଚାଲିଥିଲା ଷଡ଼ଯନ୍ତ୍ରର ଜାଲ । ଏବେବି ମୋନିକା ବଞ୍ଚିଛନ୍ତି ବୋଲି ପରିବାର ଓ ପୋଲିସ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସେ କରିଥିଲା ୫ଟି ଫନ୍ଦି ।

- ନିଜ ଶାଳକ ରବିନକୁ ଅରବିନ୍ଦ ସଜାଇ ପରିବାର ଲୋକଙ୍କ ସହ ୫ ଥର ଫୋନରେ କଥା କରାଇଥିଲା ।
- ସେଥିରେ ଆରପଟୁ ମୋନିକାଙ୍କ ପୁରୁଣା ଅଡିଓ ରେକର୍ଡିଂ ଶୁଣାଇଥିଲା, ଯେଉଁଥିରେ ମୋନିକା କହୁଥିଲେ- ମୋତେ ଖୋଜନି, ମୁଁ ଭଲରେ ଅଛି । ମମ୍ମି ବେକାରରେ ଚିନ୍ତା କରୁଛ।
- ହେଲମେଟ ପିନ୍ଧି ବିଭିନ୍ନ ସହରରେ ମୋନିକାଙ୍କ ଏଟିଏମ୍ କାର୍ଡରେ ଟଙ୍କା ଉଠାଇଥିଲା ।
- ବିଭିନ୍ନ ହୋଟେଲରେ ମୋନିକାଙ୍କ ପରିଚୟ ପତ୍ର ଦେଇ ଅନ୍ୟ ଦେହଜୀବୀଙ୍କୁ ନେଇଥିଲା ।
- କରୋନା ସମୟ ଚାଲିଥିବାରୁ, ମୋନିକାଙ୍କ ଜାଲ୍ କୋଭିଡ୍ ଭ୍ୟାକସିନ ସାର୍ଟିଫିକେଟ୍ ବାହାର କରିଥିଲା ।

ଏଭିତରେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶ ଭଳି ୫ଟି ରାଜ୍ୟର ବିଭିନ୍ନ ସହର ବୁଲି ନୟାନ୍ତ ହୋଇସାରିଥିଲେ ପରିବାର ଲୋକେ । ଶେଷରେ ଚଳିତବର୍ଷ ଏପ୍ରିଲରେ ଦିଲ୍ଲୀ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏବଂ ଆରମ୍ଭ ହୋଇଥିଲା ରିଭର୍ସ ଇନଭେଷ୍ଟିଗେସନ ବା ଓଲଟା ତଦନ୍ତ ।

ପ୍ରଥମେ ଫେକ୍ ସିମ୍ ଯୋଗାଇଥିବା ରାଜପାଲ ଓ ତା ପରେ ରବିନ ଧରାପଡ଼ିଲା। ରବିନଠୁ ସତ ଉଗାଳି ଶେଷରେ ସୁରେନ୍ଦ୍ର ରାଣାକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ର ନିଜ ଦୋଷ ସ୍ୱୀକାର ସହ ମୃତଦେହର ଠିକଣା ବତାଇବା ପରେ, ନାଳରୁ ମୋନିକାଙ୍କ ଦେହାବଶେଷ ଉଦ୍ଧାର କରାଯାଇଛି ।

Murder Delhi Delhi Police
Advertisment
Advertisment