/odishatv-khabar/media/post_attachments/uploadimage/library/16_9/16_9_0/s_1696151958.jpg)
Fake Kidnapping Case
ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ହେଲେ ତାଙ୍କର ଏହି ମିଛ ନାଟକ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି। ମିଛ ଅପହରଣ ଅଭିଯୋଗରେ ଫାଇନାନ୍ସ କର୍ମଚାରୀଙ୍କୁ ପୋଲିସ୍ ଅଟକ ରଖିଛି।
Advertisment
ଅଟକ କର୍ମଚାରୀଙ୍କ ନିକଟରୁ ୧ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଛି। ଆଦାୟ ଟଙ୍କା ହଡ଼ପ ପାଇଁ ମିଛ ଅପହରଣ ନାଟକ ରଚିଥିବା କେନ୍ଦ୍ରାପଡ଼ା ଏସ୍ପି ସୂଚନା ଦେଇଛନ୍ତି। ସଂସ୍ଥା ପକ୍ଷରୁ ଆଦାୟ ପ୍ରାୟ ୨ ଲକ୍ଷ ଟଙ୍କା ଧରି ଫାଇନାନ୍ସ କର୍ମଚାରୀ ଜଣକ ଚମ୍ପଟ ମାରିଥିଲେ।
ଅପହରଣର ନାଟକ କରି କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସେ ଲୁଚି ରହୁଥିଲେ। ଗୁରୁବାର ଦିନଠୁ ନିଖୋଜ ଥିବାବେଳେ ଥାନାରେ ଅପହରଣ ଅଭିଯୋଗ ହୋଇଥିଲା। ଏପରିକି ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ। ଶେଷରେ ପୋଲିସ୍ ହାତରେ ସେ ଧରାପଡ଼ିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)