/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696165806.jpg)
Triple Murder
ରାସ୍ତାକଡ଼ରେ ପଡ଼ି ରହିଛି ତିନି ଜଣଙ୍କ ମୃତଦେହ । କଳାହାଣ୍ଡି ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ତିନିଟି ମୃତଦେହ ମିଳିଛି। ଘଟଣାସ୍ଥଳରୁ ଜଣେ ମହିଳା, ତାଙ୍କ ୨ ବର୍ଷର ପୁଅ ଏବଂ ତାଙ୍କ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହରେ କଟାଚିହ୍ନ ସହ ପାଖରେ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି ।
#ଜୁନାଗଡ଼ରେ_ଟ୍ରିପଲ୍_ମର୍ଡର !
-ଧର୍ମଗଡ଼: ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର
-ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ମୃତଦେହ ଉଦ୍ଧାର
-ମାଆ, ୨ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର
-ମୃତଦେହରେ କଟାଚିହ୍ନ ସାଙ୍ଗକୁ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ହତ୍ୟା ସନ୍ଦେହ#Murder#Dharmagad#Odisha#OTVpic.twitter.com/nsWpPWBOKh— ଓଟିଭି (@otvkhabar) October 1, 2023
ମିଳିଥିବା ସୂଚନା ମୁତାବକ, ମୃତ ମହିଳାଙ୍କ ସ୍ୱାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି । ତେଣୁ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଓ ସନ୍ଦେହ ବଢ଼ିଛି । କିଏ ଓ କାହିଁକି ଏତେ ବଡ଼ କାଣ୍ଡ ଭିଆଇଲା ସେ ନେଇ ଏବେ ଜୁନାଗଡ଼ ପୋଲିସ୍ ଛାନ୍ଭିନ୍ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)