Advertisment

Mukesh Ambani Made Record: ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ କଲା ଜିଓ ହଟଷ୍ଟାର

ଭାରତର ଏକପାଖିଆ ବିଜୟ ପରେ ଭାରତୀୟ କ୍ରିକେଟ ଫ୍ୟାନ୍ ବେଶ୍ ଖୁସି ହୋଇଥିଲେ । କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବିଜୟ ପୂର୍ବରୁ ବାଜି ମାରିନେଇଥିଲେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ଯେଉଁ ଟିମ୍ ମ୍ୟାଚ୍ ଜିତିଥିଲେ ମଧ୍ୟ ମୁକେଶ ଅମ୍ବାନୀଙ୍କୁ ମିଳିଥା'ନ୍ତା ପ୍ରଚୁର ଲାଭ । କାରଣ ଏହି ମ୍ୟାଚ୍‌ରେ ମୁକେଶ ଅମ୍ବାନୀଙ୍କ ଜିଓ ହଟଷ୍ଟାର ମଧ୍ୟ ରେକର୍ଡ କରିଥିଲା ।

author-image
Deviprasad Jena
ଅଦ୍ୟତନ ହୋଇଛି
Mukesh Ambani makes Profit From India Vs Pakistan match

Mukesh Ambani makes Profit

୨୩ ଫେବ୍ରୁଆରୀରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେପାକିସ୍ତାନକୁ ହରାଇ ଭାରତ ରେକର୍ଡ କରିଥିଲା । ଅତି ସହଜରେ ପାକିସ୍ତାନ ଦେଇଥିବା ୨୪୨ ରନର ଲକ୍ଷ୍ୟକୁ ହାସଲ କରିନେଇଥିଲା ଭାରତ । ଏହି ମ୍ୟାଚ୍‌ରେ ବିଜୟ ସହିତ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରଠାରୁ ପାକିସ୍ତାନ ବିପକ୍ଷରେ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଅପରାଜିତ ରେକର୍ଡ ବଜାୟ ରଖିଛି ।

Advertisment

ଏହି ମ୍ୟାଚ ଜିତି ୬-୦ ବିଜୟ ସହ ରେକର୍ଡ କରିଛି ଭାରତୀୟ କ୍ରିକେଟ ଦଳ । ଅପରପକ୍ଷେ ଏହି ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବିରାଟ କୋହଲି । ସେ ଏହି ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆ କ୍ରିକେଟ୍‌ରେ କୋହଲି ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ତେବେ କ୍ରିକେଟ୍‌ ଦୃଷ୍ଟିକୋଣରୁ ଦେଖିଲେ ଏହି ମ୍ୟାଚ ଅନେକ ରେକର୍ଡ ସୃଷ୍ଟି କରିଥିଲା ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

Advertisment

ଏଭଳି ଏକପାଖିଆ ବିଜୟ ପରେ କ୍ରିକେଟ ଫ୍ୟାନ୍ ମଧ୍ୟ ବେଶ୍ ଖୁସି ହୋଇଥିଲେ । କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବିଜୟ ପୂର୍ବରୁ ବାଜି ମାରିନେଇଥିଲେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ଯେଉଁ ଟିମ୍ ମ୍ୟାଚ୍ ଜିତିଥିଲେ ମଧ୍ୟ ମୁକେଶ ଅମ୍ବାନୀଙ୍କୁ ମିଳିଥା'ନ୍ତା ପ୍ରଚୁର ଲାଭ । କାରଣ ଏହି ମ୍ୟାଚ୍‌ରେ ମୁକେଶ ଅମ୍ବାନୀଙ୍କ ଜିଓ ହଟଷ୍ଟାର ମଧ୍ୟ ରେକର୍ଡ କରିଥିଲା । ମୁକେଶ ଅମ୍ବାନୀ ଜିଓ ସହ ହଟଷ୍ଟାରକୁ ମିଶ୍ରଣ କରିବା ପାଇଁ ନିଷ୍ପତି ନେଇଥିଲେ । ଜିଓ ହଟଷ୍ଟାର ପାଖରେ ଚାମ୍ପିୟନ୍ସ ଟ୍ରଫିର ପ୍ରସାରଣ କରିବା ପାଇଁ ରାଇଟ୍ସ ରହିଥିଲା । 

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ରହିଥାଏ । ସେଥିପାଇଁ କୋଟି କୋଟି କ୍ରିକେଟ ଫ୍ୟାନ୍ ଜିଓ ହଟଷ୍ଟାରରେ ଏହି ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ଦେଖିଥିଲେ ।

ରିପୋର୍ଟ ଅନୁଯାୟୀ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ ଦର୍ଶକ ମୁକେଶ ଅମ୍ବାନୀଙ୍କର ଏହି ପ୍ଲାଟଫର୍ମ ମାଧ୍ୟମରେ ମ୍ୟାଚ୍ ଦେଖିଥିଲେ । ଅପରପକ୍ଷେ ଟିଭିରେ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର sports 18 ପାଖରେ ରହିଥିଲା । ଏହିପରି ଭାବେ ଚାମ୍ପିୟନ୍ସ ଟ୍ରଫିର ଭାରତ ପାକିସ୍ତାନ ମ୍ୟାଚ୍ ମାଧ୍ୟମରେ ଭଲ ରୋଜଗାର କରିବା ସହିତ ନିଜର ପକେଟ ଭରିଥିଲେ ମୁକେଶ ଅମ୍ବାନୀ । 

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

Mukesh Ambani Cricket Match India Vs Pakistan Match
Advertisment
Advertisment