• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଚଢଉ । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସଞ୍ଜୟ ସିଂଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଚଢଉ କରୁଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ଚଢଉ ହେଉଥିବା ସୂଚନା ମିଳିଛି । ପୂର୍ବରୁ ଗତ ମେ ମାସରେ ସଞ୍ଜୟ ସିଂ ଓ ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ରେଡ୍ ହୋଇଥିଲା । କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।  

ସଞ୍ଜୟ ସିଂ ଗତକାଲି ରାତିରେ ତାଇୱାନ ପାଇଁ ଉଡ଼ାଣ ଭରିଥାଆନ୍ତେ । ସେଠାରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । କିନ୍ତୁ ସରକାର ତାଙ୍କୁ ରାଜନୈତିକ ମଞ୍ଜରୀ ପ୍ରଦାନ କରିନଥିଲେ, ତେଣୁ ସେ ଉଡ଼ାଣ ଭରି ପାରିନଥିଲେ ।

ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜସିଟ୍‌ରେ କ’ଣ ଅଭିଯୋଗ ରହିଛି ?

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟରେ ଅଭିଯୋଗ ହୋଇଛି, ଅଭିଯୁକ୍ତ ମଦ ବ୍ୟବସାୟୀ ଦୀନେଶ ଆରୋରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଆଉ ସେହି ବୈଠକରେ ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ଗତ ଜୁନ ମାସରେ ଇଡି ପକ୍ଷରୁ ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ବନ୍ଧୁ ଅଜିତ ତ୍ୟାଗୀ ଓ ସର୍ବେଶ ମିଶ୍ରାଙ୍କ ଘରେ ରେଡ କରାଯାଇଥିଲା । ଏବେ ପୁଣି ଥରେ ଇଡି ସଞ୍ଜୟ ସିଂଙ୍କ ଘରେ ପଶିଛି । ମଦ ଦୁର୍ନୀତି ମାମଲା ଆପ୍‌ ସରକାରର ଚିନ୍ତା ବଢ଼ାଉଛି । ଏହି ମାମଲାରେ ଆପ୍‌ର ପୁରୁଖା ନେତା ମନିଷ ସିସୋଦିଆ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଏଥିସହ ଦଳର ବହୁ ଆଗଧାଡ଼ିର ନେତା ଇଡି ସ୍କାନରରେ ଅଛନ୍ତି ।