Advertisment

ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୁଳି କଲେ, ପରେ ନିଜେ ଆତ୍ମହତ୍ୟା କଲେ ପୋଲିସ୍‌କର୍ମୀ...

ଜଣେ ହେଡ୍‌ କନଷ୍ଟେବଲ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ୍‌କର୍ମୀଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି।

author-image
Rajalaxmi Sahoo
policeman shoots wife, two daughters dies by suicide

policeman shoots wife, two daughters dies by suicide

ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା ପରେ ନିଜେ ନିଜକୁ ଗୁଳି କଲେ। ଜଣେ ହେଡ୍‌ କନଷ୍ଟେବଲ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର କଡାପାରେ ଏହି ଘଟଣା ଘଟିଛି। ପୋଲିସ୍‌କର୍ମୀଙ୍କ ନାଁ ଭେଙ୍କେଟେଶ୍ୱରଲୁ(୫୫) ବୋଲି ଜଣାପଡ଼ିଛି। 

Advertisment

ଭେଙ୍କେଟେଶ୍ୱରଲୁଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ୧୧ଟା ଯାଏ ଭେଙ୍କେଟେଶ୍ୱରଲୁ କାମ କରିଥିଲେ। ଏହାପରେ ସେ ପୋଲିସ୍‌ ଷ୍ଟେସନରୁ ବନ୍ଧୁକ ନେଇ ଏଥିରେ କିଛି ରାଉଣ୍ଡ ଗୁଳି ଭର୍ତ୍ତି କରି ଘରକୁ ବାହାରିଥିଲେ। 

ଘରେ କୌଣସି କଥାକୁ ନେଇ ହୁଏତ ସ୍ତ୍ରୀଙ୍କ ସହ ଭେଙ୍କେଟେଶ୍ୱରଲୁଙ୍କ ଝଗଡ଼ା ହୋଇଥାଇପାରେ। ଏଥିରେ ରାଗିଯାଇ ସେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୁଳି କରିବା ପରେ ନିଜେ ନିଜକୁ ଗୁଳି କରି ଦେଇଥିବା ସନ୍ଦେହ କରାଯାଉଛି। 

Advertisment

ଷ୍ଟକ୍‌ ମାର୍କେଟ୍‌ ଟ୍ରେଡିଂରେ ହେଡ୍‌ କନଷ୍ଟେବଲ ଜଣକ ଅର୍ଥ ବିନିଯୋଗ କରିଥିଲେ। ହେଲେ ଏଥିରେ ସେ କ୍ଷତି ସହିଥିଲେ। ଏହାସହ ପାରିବାରିକ କଳହ ମଧ୍ୟ ଲାଗି ରହିଥିଲା। ତେଣୁ ସେ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। 

Advertisment
Advertisment