• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗିରଫ ହେଲେ ଖବର ସଂସ୍ଥା ନ୍ୟୁଜ୍‌କ୍ଲିକ୍- NewsClickର ମାଲିକ ପ୍ରବୀର ପୁରକାୟାସ୍ତା । ତାହା ସହ ନ୍ୟୁଜ୍‌କ୍ଲିକ୍‌ର HR ହେଡ୍‌ଙ୍କୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ । ଆଜି ଖବର ସଂସ୍ଥା ନ୍ୟୁଜ୍‌କ୍ଲିକ୍- NewsClick ଅଫିସ ଏବଂ ଏହା ସହ ଜଡ଼ିତ ଥିବା କିଛି ସାମ୍ୱାଦିକ ଏବଂ ଲେଖକଙ୍କ ଘରେ ଚଢ଼ାଉ କରିଥିଲା ଦିଲ୍ଲୀ ପୋଲିସ । UAPA ଅଧିନିୟମ ଅଧୀନରେ ମାମଲା ରୁଜୁ କରାଯାଇ ଏହି ମାମଲାର ଖୋଳତାଡ଼ କରିଥିଲା । ଆଜି ଦିଲ୍ଲୀ-ଏନସିଆରର ପ୍ରାୟ ୨୪ଟି ସ୍ଥାନରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଅଧିକାରୀମାନେ ଚଢ଼ାଉ କରିବା ପରେ ସଂସ୍ଥାର ମାଲିକ ଓ HR ହେଡ୍‌ଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ପୋଲିସ କିଛି ସାମ୍ବାଦିକଙ୍କୁ ପଚରାଉଚରା ପାଇଁ ନେଇଥିଲା । ଅଧିକ ଖୋଲତାଡ ପାଇଁ ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରିଥିଲା । ସେହିପରି କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି । ଏହାପରେ ଅଗଷ୍ଟ ୧୭ରେ ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା ।

କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟୁଜ ପୋର୍ଟାଲ ବିରୋଧରେ ଏକ ମାମଲା ରୁଜୁ କରି ଏହାର ଆର୍ଥିକ ଅନୁଧ୍ୟାନ କରିଥିଲା । ଇଡି ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ଚୀନ୍ ସହ ସଂଯୁକ୍ତ ସଂସ୍ଥାଗୁଡ଼ିକଠାରୁ ପ୍ରାୟ ୩୮ କୋଟି ଟଙ୍କା ଆଣିଛି । ଏସବୁ ଟଙ୍କା କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇଛି ତାହା ତଦନ୍ତ କରାଯାଉଛି ।