ପୁଣି ବାଣୀବିହାରରେ ହିଂସା । ଛାତ୍ର ସଂସଦ ଅଫିସରେ ଭଙ୍ଗାରୁଜା ହୋଇଛି । ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକକୁ କିଛି ଅଣ ଛାତ୍ର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଅଣ ଛାତ୍ରମାନେ କିପରି କ୍ୟାମ୍ପସକୁ ପ୍ରବେଶ କରି ଭଙ୍ଗାରୁଜା କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଛାତ୍ର ଛାତ୍ରୀଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି ।