• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ୍ । କଟକରେ ସାମ୍ନାକୁ ଆସିଛି ଏଭଳି ଘଟଣା । ଜଗତସିଂହପୁର କୁଜଙ୍ଗ ମାଧପୁର ଅଞ୍ଚଳର ଜଣେ ଯୁବକ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ମାଧପୁର ଗାଁର ତାପସ ସାମଲ ଅପହରଣର ଦୁଇ ଦିନ ପରେ ଉଦ୍ଧାର ହେବା ପରେ ଘଟଣା ସାମ୍ନାକୁ ଆସିଛି । ଲୁଟେରାମାନେ ତାଙ୍କୁ ନିଶା ଦେଇ ମୋବାଇଲ୍, ପର୍ସ, ଏଟିଏମ କାର୍ଡ ଓ ଟଙ୍କା ପଇସା ସବୁକିଛି ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ତାପସ ଗତ ୨ ତାରିଖ ଦିନ ଅନୁଗୁଳରୁ  ନିଜ ଘରକୁ ଫେରୁଥିଲେ ।

ମାତ୍ର କଟକରେ ପହଞ୍ଚିବା ବେଳକୁ ପାରାଦୀପ ବସ ଚାଲିଯାଇଥିଲା । ପ୍ରାୟ ରାତି ୮ଟା ବେଳେ ବାଇକରେ ଦୁଇ ଜଣ ଯୁବକ ତାପସଙ୍କୁ ଲିଫ୍ଟ ଯାଚିଥିଲେ । କିଛି ବାଟ ଆସିବା ପରେ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ଆଉ ଏହା ପରେ ବେହୋସ ହୋଇଯାଇଥିଲେ ବୋଲି ପାତସ କହିଛନ୍ତି । ଆଉ ହୋସ୍ ଆସିବା ପରେ ସେ ନିକଟସ୍ଥ ପୋଲିସର ସହାୟତା ନେଇଥିଲେ । ପୋଲିସ ତାଙ୍କୁ ନେଇ ତାଙ୍କ ଗାଁ ନିକଟ ଜଇପୁର ଛକରେ ଛାଡ଼ିଥିଲା । ତେବେ ଲୁଟର ଶିକାର ହେବା ପରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଉଠାଇ ସାରିଥିବା ତାପସ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ତାପସ ନିଖୋଜ ହେବା ଦିନ ପରିବାର ଲୋକେ ଏତଲା ଧରି କୁଜଙ୍ଗ ଓ କଟକର ବିଭିନ୍ନ ଥାନା ଘୁରି ଘୁରି ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ପୋଲିସ ପ୍ରଥମରୁ ତତ୍ପରତା ଦେଖାଇଥିଲେ ଆଜି ତାଙ୍କ ପୁଅ ସହ ଏଭଳି ହୋଇନଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି । ଶେଷରେ ବାଦାମବାଡି ଥାନା ଏତଲା ରଖିଥିବା ବେଳେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ...