/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740481148.jpg)
କିଟ୍ କାଣ୍ଡ: ଆସିଲା ବଡ଼ ଖବର
କିଟ୍ ଘଟଣାରେ ପିଛା ଛାଡ଼ୁନି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ । ପୁଣି ୬ ଜଣଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ୍ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ନୋଟିସ୍ ହୋଇଥିବା ଏହି ୬ ଜଣ ହେଉଛନ୍ତି ଚିଫ୍ ପ୍ରୋକ୍ଟର ପିକେ ପଟ୍ଟନାୟକ, ହଷ୍ଟେଲ କୁଇନ୍ କାସଲ ଅଧୀକ୍ଷକ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି । ସେହିପରି ଇଣ୍ଟରନାଲ କମିଟି ମୁଖ୍ୟ ଈପସିତା ଶତପଥୀ ଓ ଆଡ୍ମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଦୁର୍ଘଟଣା; ୨ ଯୁବକଙ୍କ ଉପରେ ମାଡ଼ିଗଲା ମୋ ବସ୍
ସେପଟେ କିଟ୍ ପ୍ରତିଷ୍ଠାତାଙ୍କ ହିଟଲରୀ ଶାସନ ! ଅଚ୍ୟୁତ ସାମନ୍ତଙ୍କ ସାମନ୍ତବାଦୀ ନୀତି । ସରକାରୀ ସଂସ୍ଥାକୁ ବି ଛାଡ଼ୁନାହାନ୍ତି ସରକାରୀ ବାଟ । ଫାଟକ ପକାଇ, ସିକ୍ୟୁରିଟି ଜଗାଇ ଓଗାଳୁଛନ୍ତି ରାସ୍ତା । ନୋ ପାର୍କିଂ ସାଇନ୍ ବୋର୍ଡରେ କଳା ବୋଳି ଜୋର୍ ଜବରଦସ୍ତ କରୁଛନ୍ତି ପାର୍କିଂ।
ଭୁବନେଶ୍ୱର କିଟ୍ କ୍ୟାଂପସର ଗେଟ୍ ନମ୍ବର-୬ । ଯେଉଁଠି ସର୍ବ ସାଧାରଣଙ୍କ ପ୍ରବେଶ ମନା । କିଟ୍ ଛାତ୍ରଛାତ୍ରୀଙ୍କ ବାଦ୍ ଅନ୍ୟ କେହି ପଶିଲେ, ଅଟକାଉଛନ୍ତି । NIFT ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏଠାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କିଟ୍ ଅଟକାଉଥିବାରୁ NIFTକୁ ମୁଖ୍ୟ ରାସ୍ତା ନିକଟରେ ଦିନ ରାତି ନିଜର ସିକ୍ୟୁରିଟି ଛିଡ଼ା କରାଇବାକୁ ପଡ଼ୁଛି । ଏମିତିକି ପାର୍ସଲ ଆଣି ଆସୁଥିବା ଗାଡ଼ିକୁ ବି ଛାଡ଼ୁ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ରାସ୍ତା ପାଖକୁ ଯିବାକୁ ପଡୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)