/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703778387.jpg)
tension in medical college
ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲରେ ଉତ୍ତେଜନା । ହାଉସ୍ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଡାକ୍ତରୀ ଛାତ୍ର ଜଣକ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ହସ୍ପିଟାଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।
#ଭୀମଭୋଇ_ହସ୍ପିଟାଲରେ_ଉତ୍ତେଜନା
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା। ହାଉସ୍ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଉତ୍ତେଜନା। ହସ୍ପିଟାଲ ଫାଟକରେ ତାଲା ପକାଇଲେ ମେଡିକାଲ କଲେଜ ଛାତ୍ରଛାତ୍ରୀ।#Bolangir#MedicalCollege#OTVpic.twitter.com/ECtwHWGYkH— ଓଟିଭି (@otvkhabar) December 28, 2023
ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)