/odishatv-khabar/media/post_attachments/uploadimage/library/16_9/16_9_0/Mao_Camp_1703785169.jpg)
Mao Camp
ମାଲକାନଗିରି ଜିଲ୍ଲାରେ ଠାବ ହେଲା ଲାଲବାହିନୀର ବନ୍ଧୁକ ତିଆରି କାରଖାନାର ସାମଗ୍ରୀ । ତା’ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । 142 Battalionର BSF ଯବାନଙ୍କୁ ମିଳିଛି ଏହି ବଡ଼ ସଫଳତା । ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆଲୁରକୋଟା ନିକଟରୁ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ଯବାନଙ୍କ କମ୍ବଂ ଅପରେସନ ବେଳେ ଏହି ସଫଳତା ମିଳିଛି ।
ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛନ୍ତି BSF ଯବାନ । ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ସିଲେରୁ ନଦୀ ତଟବର୍ତ୍ତୀ ଅଞ୍ଚଳରେ ମାଓବାଦୀ ଏକ ଗାତ କରି ପ୍ଲାଷ୍ଟିକ ଡ୍ରମ ଭିତରେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ତିଆରି ଲେଦ୍ ମେସିନ ଲୁଚାଇ ରଖିଥିଲେ ।
ଜବତ ବିସ୍ପୋରକ ସାମଗ୍ରୀ ମଧ୍ୟରେ ରହିଛି ଜିଲୋଟିନ ଷ୍ଟିକ ସହ ହ୍ୟାଣ୍ଡ ଗ୍ରେନେଡ଼, ଲେଦ୍ ମେସିନ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏତେ ପରିମାଣର ବିସ୍ପୋରକ ସାମଗ୍ରୀ ମାଓବାଦୀ ଗଛିତ ରଖିଥିଲେ ବୋଲି ସୂଚନା ମିଳିଛି । ଯାହାକୁ ପଣ୍ଡ କରିଛନ୍ତି BSF ଯବାନ ।
ସେପଟେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡ଼ାପୁଟ ଗାଁ ନିକଟସ୍ଥ ଜଙ୍ଗଲରୁ ବିପୁଳ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ । ଯବାନ ମାନଙ୍କୁ ଟାର୍ଗେଟ ପାଇଁ ରଖାଯାଇଥିବା ବିସ୍ଫୋରକ ଜବତ କରିଛି ପୋଲିସ । କୋରାପୁଟ - ମାଲକାନାଗିରି ଏବଂ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତି ଅଞ୍ଚଳର ଏହି ଜଙ୍ଗଲରେ ଏସଓଜି ଯବାନ ମାନେ କମ୍ବିଂ ଅପରେସନ କରିଥିଲେ ।
ଅପରେସନ ବେଳେ ମାଓବାଦୀଙ୍କ ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶାଲ୍ ଜୋନାଲ କମିଟି ଲୁଚାଇ ରଖିଥିବା ୭ କେଜି ବିଶିଷ୍ଟ ୮ ଟି ଟିଫିନ୍ ବମ୍, ୩ କେଜି ବିଶିଷ୍ଟ ୯ ଟି ଟିଫିନ୍ ବମ୍, ତାର, ୨ଟି ଡିଟୋନେଟର, ୧ଟି ପିଷ୍ଟଲ ଏବଂ ୧୪ଟି ଗୁଳି ଜବତ ହୋଇଛି । ଆନ୍ଧ୍ର ଓ ଛତିଶଗଡ଼ ଅଞ୍ଚଳରେ ମାଓ ଦମନ ଅପରେସନ ଜୋରଦାର ଚାଲୁ ଥିବାରୁ ମାଓବାଦୀ ମାନେ ବହୁ ସଂଖ୍ୟାରେ ଓଡ଼ିଶା ଚାଲି ଆସୁଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)