• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଫୁଲବାଣୀରେ ଏସିଡ ଆଟାକ୍ । ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି । ଏସିଡ ଆକ୍ରମଣକାରୀକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିବାରୁ ସେ ମଧ୍ୟ ଆହତ ହୋଇଛି ।

ସମସ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ମେଡିକାଲରେ ଟାଉନ ଥାନା ପୋଲିସ ଓ ଫୁଲବାଣୀ SDPO ପହଞ୍ଚି ତଦନ୍ତ କରୁଛନ୍ତି । ଏସିଡରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଚନ୍ଦ୍ର ମହାନ୍ତି, ସୁରଜ ମହାନ୍ତି ଓ ରାକେଶ ମିଶ୍ର । ଏସିଡ ମାଡ଼ କରିଥିବା ଅଭିଯୁକ୍ତ ହେଲେ ହେଲେ ପ୍ରମୋଦ ସାହୁ ।

ସୂଚନା ଅନୁସାରେ ସୁରଜ ଓ ରାକେଶ ବସିଥିବା ବେଳେ ହଠାତ ପ୍ରମୋଦ ସାହୁ ଗୋଟିଏ ଢାଳରେ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗିଥିଲା । ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ସାହୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା ।

ଏହି ସମୟରେ ସ୍ଥାନୀୟ ଲୋକ ମାନେ ଅଭିଯୁକ୍ତ ପ୍ରମୋଦ ସାହୁକୁ କାବୁ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରମୋଦ ସାହୁକୁ ଧରିବା ସହିତ ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ସେ କେଉଁ କାରଣ ପାଇଁ ଏସିଡ ଆକ୍ରମଣ କରିଛି, ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା ସନ୍ଦେହ କରାଯାଉଛି ।