/odishatv-khabar/media/post_attachments/uploadimage/library/16_9/16_9_0/Crime_1703767661.jpg)
Crime
ଚା’ ମାଗିବାରୁ ସ୍ୱାମୀ ଆଖିରେ ଛୁରୀ ଭୁଷିଦେଲା ସ୍ତ୍ରୀ । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ । ସ୍ୱାମୀ ଚା ପାଇଁ କହିବାରୁ ସ୍ତ୍ରୀ, ଆଖିରେ ଛୁରୀ ଭୁଷି ଦେଇଛି । ପରେ ପରେ ସ୍ୱାମୀଙ୍କର ପ୍ରବଳ ରକ୍ତସ୍ରାବ ହେବାରୁ ସ୍ତ୍ରୀ ଫେରାର ହୋଇ ଯାଇଛି ।
ଉତ୍ତର ପ୍ରଦେଶ ବାଗପାଟ ଜିଲ୍ଲାରେ ରୁହନ୍ତି ଅଙ୍କିତ । ତିନି ବର୍ଷ ପୂର୍ବେ ସେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହର ଅଳ୍ପ କିଛିଦିନରେ ହିଁ ଘରୋଇ ସମସ୍ୟାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ମନୋମାଳିନ୍ୟ ହେଉଥିଲା । ତେବେ ଏ ଘଟଣାର ତିନିଦିନ ପୂର୍ବରୁ ଅଙ୍କିତଙ୍କ ପତ୍ନୀ, ଅଙ୍କିତ ଓ ତାଙ୍କ ପରିବାର ଉପରେ ସେମାନେ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆଣିଥିଲେ ।
ଏନେଇ ପୋଲିସ ଏକ FIR ମଧ୍ୟ ରୁଜୁ କରିଥିଲା । ତେବେ ମାତ୍ର ତିନି ଦିନ ପରେ ସାମାନ୍ୟ ଚା’ ମାଗିବାକୁ ନେଇ ଅଙ୍କିତଙ୍କ ଆଖିରେ ଛୁରୀ ଭୁଷି ଦେଇଛନ୍ତି ପତ୍ନୀ । କେବଳ ଏକ କପ୍ ଚା ହିଁ ପତ୍ନୀଙ୍କୁ ଏତେ ମାତ୍ରାରେ କ୍ରୋଧିତ କରିଥିଲା ଯେ, ସେ ନିଜ ସ୍ୱାମୀଙ୍କ ଆଖିରେ ଛୁରୀ ମାରି ଦେଇଥିଲେ । ଅଙ୍କିତଙ୍କର ପାଟି ଶୁଣି ତାଙ୍କ ବୋହୂ ଓ ପିଲାମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ ।
ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଅଙ୍କିତଙ୍କ ପତ୍ନୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୋଲିସ ଅଙ୍କିତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମିରଟକୁ ସ୍ଥାନାନ୍ତରିତ କରା ଯାଇଛି । ଅନ୍ୟପଟେ ଅଭିଯୁକ୍ତା ମହିଳାଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)