Warden Death
ରାୟଗଡ଼ା ପୋଲିସ ଉପରେ ଆଉ ଭରସା ନାହିଁ... ଆଠ ଦିନ ବିତିଗଲାଣି, ଯୁବା ଝିଅକୁ ହରାଇଥିବା ବାପା ଆଜି ନ୍ୟାୟ ମାଗି ମାଗି ନୟାନ୍ତ। କାଶୀପୁର ବ୍ଲକ ଟିକିରି ନାକେଟିଗୁଡ଼ାର ଲକ୍ଷ୍ମୀ ମାଝୀ । ବୟସ ୨୩ । ଗତ ୫ ବର୍ଷ ହେଲା ସ୍ୱେଚ୍ଛାସେବୀ ସଂସ୍ଥା ଆଲିଶା ପକ୍ଷରୁ ଚନ୍ଦ୍ରପୁର ମା’ଗୃହରେ ନିଯୁକ୍ତ ହୋଇଥିଲେ ୱାଡେନ୍ ଭାବେ। ଲକ୍ଷ୍ମୀ ଆଂଶିକ ଦିବ୍ୟାଙ୍ଗ ଥିଲେ। ଗୋଡ଼ରେ ସମସ୍ୟା ଯୋଗୁ ଭଲରେ ଚାଲିପାରନ୍ତିନି । ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର। ଏ ସଂପର୍କରେ ସହକର୍ମୀଙ୍କ ପାଖରୁ ଖବର ପାଇ ଗାଁରୁ ଦୌଡ଼ି ଆସିଥିଲେ ଲକ୍ଷ୍ମୀଙ୍କ ବାପା। ସେତେବେଳକୁ ଝିଅର ଆଉ ଜୀବନ ନଥିଲା। ଏ ସଂପର୍କରେ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ସପ୍ତାହେ ପରେ ବି ପୋଲିସ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇ ପାରୁ ନ ଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଲକ୍ଷ୍ମୀଙ୍କ ବାପା । ଏପରିକି ଆଦିବାସୀ ସଂଘ ବି ଘଟଣାକୁ ଗୁରୁତର ସହ ନେଇ ଟିକିରିରେ ଶୋଭାଯାତ୍ରା କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)