Advertisment

ଚିଙ୍ଗୁଡ଼ି ଚୋର କହି ଚିଡ଼େଇଲେ, ଆତ୍ମହତ୍ୟା କରିଦେଲା ନାବାଳକ !

ନାବାଳକ ଜଣକ ପଡୋଶୀଙ୍କ ଟାହିଟାପରା ଅପମାନ ସହିନପାରି ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଦାଦା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Minor Suicide

Minor Suicide

ଅପମାନ ସହିନପାରି ଆତ୍ମହତ୍ୟା କଲେ ନାବାଳକ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଖଣ୍ଡୁଆଳପୁର ଗାଁର ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛନ୍ତି। ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ତେବେ ନାବାଳକ ଜଣକ ପଡୋଶୀଙ୍କ ଟାହିଟାପରା, ଅପମାନ ସହିନପାରି ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଦାଦା। 

Advertisment

ଗତକାଲି ପୋଖରୀରୁ ମାଛ ଧରିବାକୁ ନେଇ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା। ଚିଙ୍ଗୁଡ଼ି ଚୋରି ଅଭିଯୋଗ ଆଣି ପଡୋଶୀ ଲୋକେ ନାବାଳକକୁ ଦାୟୀ କରିବା ସହ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାସହ ସେହି ଗାଁର ପ୍ରତାପ ସାହୁ ନାମରେ ଜଣେ ବ୍ୟକ୍ତି ତାଙ୍କ ପୁତୁରା ନାମରେ ଗତକାଲି ଚିଙ୍ଗୁଡ଼ି ଚୋରି ଅଭିଯୋଗ ଆଣି ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ।

ଏପରିକି ତାଙ୍କୁ ଜୋର୍ ଜବଦସ୍ତ୍ ଧରି ଚିଙ୍ଗୁଡ଼ି ପୋଖରୀ ପାଖକୁ ନେଇ ତାଙ୍କ ପାଦ ଚିହ୍ନ ମିଳାଇ ଥିଲେ। ଦିନ ତମାମ ତାଙ୍କୁ ଏଭଳି ନିର୍ଯାତନା ଦେବାରୁ ସେ ଘରକୁ ସନ୍ଧ୍ୟା ପର୍ଯ୍ୟନ୍ତ ଆସିନଥିଲା । ସନ୍ଧ୍ୟାରେ ପରିବାର ଲୋକ ଜାଣିବାକୁ ପାଇଲେ, ମୀନକେତନର ଶବ ଗଛରେ ଝୁଲୁଛି। ଅପମାନ ସହିନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment
Bramhagiri
Advertisment
Advertisment