• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ । ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି । ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ ।

ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ । ପୋଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସର ପାଲଟା ଗୁଳମାଡରେ ରଘୁ ବିଶ୍ୱାଳ ଆହତ ହୋଇଥିଲା ।

ତା’ର ବାମ ଗୋଡରେ ଗୁଳି ବାଜିଛି । ତା’ ନିକଟରୁ 7.5 mm ର ଏକ ପିସ୍ତଲ ଜବତ ହୋଇଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

  • Reported by:
  • CHANDAN PAIKRAY