ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ ।
ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି ।
କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି।