ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା ।
ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା ।
ରୋଗୀ ଗୁରୁତର ହେଲେ ପ୍ରାଣ ବଞ୍ଚାଇବାକୁ ବଡ଼ ମେଡିକାଲ ଆସନ୍ତି। ହେଲେ ସେଠି ଯଦି ଡାକ୍ତର ଡାକି ଡାକି ନଶୁଣନ୍ତି, ତାହାଲେ ରୋଗୀ ଆଉ ବଞ୍ଚିବ ତ ? ଠିକ୍ ସେୟା ହିଁ ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ। ଆଉ ରୋଗୀଙ୍କ ସଂପର୍କୀୟ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ବି ମାରପିଟ୍ କରିଛନ୍ତି।
ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ?
ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।