/odishatv-khabar/media/post_attachments/uploadimage/library/16_9/16_9_0/Crime_1703515470.jpg)
Crime
ଯୌନ ପିପାସା କବଳରେ ପଡ଼ିଥିଲା, କାମ ଏପରି କଲା ଯେ .. ନର ରାକ୍ଷସ ପାଲଟିଗଲା । ନାବାଳକ ସହ ଅପ୍ରାକୃତିକ ଶାରିରୀକ ସଂପର୍କ ରଖି, ଶେଷରେ ଧରାପଡ଼ିଯିବା ଭୟରେ ତାକୁ ଶେଷ କରିଦେଇଥିଲା ଚିରଦିନ ଲାଗି । ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ ।
କଟକ ଜଗତପୁର ପୂର୍ବକଛ ନାବାଳକ ହତ୍ୟାକାଣ୍ଡ ଘଟଣାର ୯ ଦିନ ପରେ, ଆଜି ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡାକୁ ନେଇ ସିନ୍ ରିକ୍ରିଏସନ କରିବା ସହିତ, ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ପଛର ଖୁଲାସା କରିଛନ୍ତି କଟକ ଡିସିପି । କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଯୋଗେନ୍ଦ୍ର ପଣ୍ଡା ଜଣେ ନିଶାସକ୍ତ ଯୁବକ ଥିଲା ଏବଂ ଦୀର୍ଘଦିନ ଧରି ନାବାଳକକୁ ଶାରିରୀକ ଶୋଷଣ କରିଆସୁଥିଲା ।
ତେବେ ଗତ ୧୬ ତାରିଖ ଦିନ ଯୋଗେନ୍ଦ୍ର ଏକ ପରିତ୍ୟକ୍ତ ଘରକୁ ନେଇଯିବା ପରେ, ନାବାଳକ ଜଣକ ସବୁକଥା ତାଙ୍କ ବାପାଙ୍କୁ କହିଦେବେ ବୋଲି କହିଥିଲେ । ତେଣୁ ଧରାପଡ଼ିଯିବା ଭୟରେ ନାବାଳକକୁ ବେହୋସ କରି ଅତି ନିର୍ମମ ଭାବେ ଧାନ କଟା ଦାଆରେ ତାଙ୍କ ବେକ କାଟି ଦେଇଥିଲା ଅଭିଯୁକ୍ତ ଏବଂ ମୃତଦେହକୁ ଘୋଷାରି ଘୋଷାରି ନେଇ ବିଲ ହୁଡ଼ାରେ ଫିଙ୍ଗି ଦେଇଥିଲା । ପୋଲିସ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିବା ସହ ବ୍ୟବହୃତ କାଠ ଫାଳିଆ, ରକ୍ତ ଭିଜା ଗାମୁଛା ଓ ଦାଆ ଆଦି ଜବତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)