• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମ୍ରିନଙ୍କ ସିଂହ .. ଆଉ ତାଙ୍କର ମହଙ୍ଗା ଜୀବନ ଶୈଳୀ, ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଭୋଜନ, ତା ସହ ତାରକା ହୋଟେଲ ଗୁଡ଼ିକୁ ସେ ନିଜର ଘର ଭାବେ ବାଛି ନେଇଥିଲା । ବିଳାସ ପୂର୍ଣ୍ଣ ଜୀବନ ବଞ୍ଚିବା ଯେମିତି ତାର ନିଶା ପାଲଟି ଯାଇଥିଲା । ମ୍ରିନଙ୍କ ନିଜକୁ ଆଇପିଏଲ କ୍ରିକେଟର କହୁଥିଲା ।

ମୁମ୍ବାଇ ଇଣ୍ତିଆନ୍ସ ତରଫରୁ ସେ ଖେଳୁଥିବା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ମହିଳାଙ୍କୁ ଠକିବା ଓ କ୍ରିକେଟର ଭାବେ ଅନ୍ତର୍ଜାତୀୟ ଖେଳ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ସହ ଫେକ ଏଗ୍ରିମେଣ୍ଟ କରିବା ତାଙ୍କର ନିତି ଦିନିଆ ଘଟଣା ଥିଲା । ଯଦି ସେ କେବେ ଧରା ପଡ଼ି ଯାଆନ୍ତି, ତେବେ ମଧ୍ୟ ସେ ନିଜର ଦ୍ୱିତୀୟ ପରିଚୟ ତିଆରି କରି ରଖିଥଲା ।

 
 
 
 
 
 
 
 
 
 
 
 
 
 
 

A post shared by Mrinank Singh (@mrinank_singh)

ଏହି ୨୫ ବର୍ଷୀୟ ଯୁବକ ଜଣକ, ପୂର୍ବରୁ ହରିୟାଣା U-୧୯ ଦଳରେ କ୍ରିକେଟର ଥିଲା । ଆଇପିଏଲ କ୍ରିକେଟର ଭାବେ ସେ ୨୦୧୪-୧୮ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ତିଆନ୍ସ ସହ ଜଡ଼ିତ ଥିଲା । ଏହି ଟ୍ୟାଗ ଲାଇନକୁ ବ୍ୟବହାର କରି ସେ ଲୋକଙ୍କୁ ଠକି ଆସୁଥିଲା । ବିଳାସପୂର୍ଣ୍ଣ ହୋଟେଲରେ ରହିବା ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ମଧ୍ୟ ପ୍ରଚାର ପ୍ରସାର କରୁଥିଲା । ଏପରିକି ସେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ମଧ୍ୟ ଠକି ଥିବା ଜଣା ପଡ଼ିଛି ।

ଗତ ବର୍ଷ ସେ ଦିଲ୍ଲୀର ତାଜ ପ୍ୟାଲେସରେ ପାଖାପାଖି ଏକ ସପ୍ତାହ ପାଇଁ ରହିଥିଲେ । ବିଲ ପରେ ବିଲ ବଢ଼ି ଚାଲିଥିଲା । ହୋଟେଲ ଛାଡିବା ବେଳକୁ ₹ ୫.୫୩ ଲକ୍ଷ ବିଲ୍ ହୋଇଥିଲା । ଯାହାକୁ ସେ ପେମେଣ୍ଟ କରି ନଥିଲା । ହୋଟେଲ କର୍ମଚାରୀଙ୍କୁ ସେ କହିଥିଲା ଯେ, ସେ ଜଣେ କ୍ରିକେଟର ଏବଂ ଏହି ସମସ୍ତ ବିଲ କ୍ରୀଡ଼ା ସାମଗ୍ରୀ ନିର୍ମାଣକାରୀ କମ୍ପାନୀ ଆଦିଦାସ୍ ପେମେଣ୍ଟ କରିବ । କର୍ମଚାରୀମାନେ ତାଙ୍କୁ ବିଶ୍ୱାସ କରିନେଇ ଆକାଉଣ୍ଟ ତଥ୍ୟ ଦେଇଥିଲେ । କିନ୍ତୁ ସେ ଏହି ଅର୍ଥକୁ ପୈଠ କରି ନଥିଲା ।

ନକଲି ୨ ଲକ୍ଷ ଟଙ୍କାର ରସିଦ ଦେଇ ଖସି ଚାଲି ଯାଇଥିଲେ । ପରେ ହୋଟେଲ ତରଫରୁ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ, ସେ ଧରାଛୁଆଁ ଦେଇନଥିଲେ । ପରେ ପୋଲିସ ତରଫରୁ ଲୁକ ଆଉଟ ନୋଟିସ ଜାରି କରା ଯାଇଥିଲା । ଏକ ବର୍ଷ ପରେ ଡିସେମ୍ବର ୨୫ ରେ ହଂକଂ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦିଲ୍ଲୀ ପୋଲିସ ହାତରେ ସେ ଧରା ପଡ଼ିଥିଲା ।

ଅନ୍ୟପଟେ ସେ କର୍ଣ୍ଣାଟକର ଆଇପିଏସ୍ ଅଫିସର ବୋଲି ମଧ୍ୟ ଅନେକ ଲୋକଙ୍କୁ ନିଜର ପରିଚୟ ଦେଇଥିଲେ । ଗିରଫଦାରୀରୁ ବଞ୍ଚିବା ପାଇଁ ଓ ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଜର ସାଧ୍ୟମତେ ଚେଷ୍ଟା କରିଥିଲା । ନିଜର ପିତା ଅଶୋକ କୁମାର ସିଂଙ୍କୁ ସେ ୮୦ ଦଶକର କ୍ରିକେଟର ଭାବେ ସଜାଇ ଥିଲେ । ବର୍ତ୍ତମାନ ତାଙ୍କର ପିତା ଏୟାର ଇଣ୍ଡିଆରେ ମ୍ୟାନେଜର ଥିବା କଥା ପୋଲିସକୁ ମଧ୍ୟ କହିଥିଲେ ।

ଅନ୍ୟପଟେ ସେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ମଧ୍ୟ ଠକିଥିବା ପୋଲିସ ସୂଚନା ଦେଇଛି । ୨୦୨୦-୨୧ ରେ ସେ ପନ୍ତଙ୍କୁ ପ୍ରାୟ ୧.୬୩କୋଟି ଟଙ୍କାର ଚୂନା ଲଗାଇଥିବା ପୋଲିସ କହିଛି । ପୋଲିସ ତାଙ୍କର ଫୋନକୁ ଜବତ କରି ନେଇଛି । ଫୋନରୁ ମହିଳାଙ୍କ ସହ ତାଙ୍କର ଅନେକ ଆପତ୍ତିଜନକ ଫଟୋ ଜବତ କରିଛି । ଏହା ସହ ସେ ଡ୍ରଗ୍ସ ଡିଲିଂରେ ମଧ୍ୟ ସାମିଲ ଥିବା ପୋଲିସ କହିଛି । ତାଙ୍କ ବିରୋଧରେ ଅନେକ ରାଜ୍ୟରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ ତରଫରୁ କୁହା ଯାଇଛି । ଅଭିଯୁକ୍ତ ମ୍ରିନଙ୍କଙ୍କୁ ଦୁଇ ଦିନିଆ ପୋଲିସ ହେପାଜତରେ ପଠାଇ ଦିଆ ଯାଇଛି ।