ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ । ଅଫ୍ଲାଇନ୍ ସହ ଏଣିକି ଅନ୍ଲାଇନରେ ବି ସଦସ୍ୟତା ସଂଗ୍ରହ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣାକୁ ଓହ୍ଲାଇବ କଂଗ୍ରେସ । ତେବେ ୨ ଏପ୍ରିଲରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଦର୍ଶନ ଓ ୭ ଏପ୍ରିଲରେ ଭୁବନେଶ୍ୱରରେ ପ୍ରତିବାଦ କରିବ ଦଳ ।
ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି ।
ତିନି ମହାନଗର ନିଗମର ମେୟର ପଦ ହାତେଇବା ସହ କର୍ପୋରେଟର ନିର୍ବାଚନରେ ବି ସବୁଠି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି ହେଲେ ସବୁଠି ବଢ଼ିଛି ବିଜେପିର ଭୋଟ୍ ପ୍ରତିଶତ ଏମିତିକି ଗତଥର ତୁଳନାରେ ଏଥର ଦଳର କର୍ପୋରେଟର ସଂଖ୍ୟା ବି ବଢ଼ିଛନ୍ତି କିନ୍ତୁ କେବଳ କଟକକୁ ଛାଡ଼ି ଦେଲେ ସବୁଠି ଶୋଚନୀୟ ସ୍ଥିତିରେ କଂଗ୍ରେସ
ର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି । ପୌରାଧ୍ୟକ୍ଷ ଭୋଟ୍ ଅପେକ୍ଷା କାଉନସିଲର ଭୋଟରେ ୨ ପ୍ରତିଶତ ଅଧିକ ଭୋଟ୍ ପାଇଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।
ବିଜେଡ଼ି କେମିତି ଜିତିଛି ଆଉ କଣ ସବୁ କରି ଜିତିଛି ସମସ୍ତେ ଜାଣିଛନ୍ତି। ଟଙ୍କା ବାଣ୍ଟିଲେ, ସରକାରୀ କଳକୁ ନିଜ ସ୍ୱାର୍ଥରେ ଲଗାଇଲେ।
ଯିଏ ଗଣତନ୍ତ୍ରଙ୍କୁ ଧ୍ୱଂସ କରିବାକ ଚାହେଁ ସିଏ ସବୁ ସିଟ୍ ମାଡିବସିବାକୁ ପ୍ରୟାସ କରେ। ଏଠି ଓଡ଼ିଶାରେ ବିଜେଡି ଓ ନବୀନ ପଟ୍ଟନାୟକ ସେୟା କରୁଛନ୍ତି। ଆଉ ଗୋଟେ କଥା ହେଲା, ଏତେ ସମର୍ଥନ ପାଇଲେ ମଧ୍ୟ ଏତେ ତଳକୁ ଖସିଯାଉଛନ୍ତି କେମିତି?
ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ୱାନ ବାର୍ ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନ ରେ ଭୋଟ ଗ୍ରହଣ କରାଯିବ ।
ଉତ୍ତରପ୍ରଦେଶର ରାଜ୍ୟ ରାଜନୀତିରେ ବିଗତ ୩୭ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି । ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ସହ ସରକାର ଗଠନ ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏଇ ଭବ୍ୟ ଶପଥ ଗ୍ରହଣ ଉତ୍ସବରୁ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ ।
ଆଜିଠୁ ଆରମ୍ଭ ହେଲା ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ । ଦୀର୍ଘ ୩୭ ବର୍ଷର ପୁରୁଣା ଇତିହାସକୁ ବଦଳାଇ ୟୁପିକୁ ଲଗାତର ଦ୍ୱିତୀୟ ଥର ପାଇଁ ଶାସନ କରିବାରେ ବିଜେପି ସଫଳ ହୋଇଥିବା ବେଳେ ନିଜର ୨.୦ ଶାସନ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ ।
ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍ ସ୍ୱିପ୍ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି। । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ଉଭୟ ଦଳର କର୍ମୀ। ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ।
ଧର୍ମେନ୍ଦ୍ରଙ୍କ କୋର୍ଟରୁ ପ୍ରଣବଙ୍କୁ କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ ରାଜ୍ୟର ଆଇନ୍ଶୃଙ୍ଖଳାକୁ ନେଇ ପ୍ରଣବଙ୍କୁ କାଉଣ୍ଟର କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଡିଫେଣ୍ଡ କରିଛନ୍ତି ।
ଦଳ ଚାହିଁଲେ ସେ ପ୍ରାର୍ଥୀ ହେବେ ଓ ସ୍ୱର୍ଗତ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବେ ବୋଲି ଅଳକା କହିଛନ୍ତି । କିଶୋରଙ୍କ ପରଲୋକ ଯୋଗୁଁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି ।
ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି।
ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ଟଙ୍କା ନିଅ, ଭୋଟ୍ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।
ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଏଥର ପେଟ୍ରୋଲ ପମ୍ପ ଗଲେ ଆପଣ ଗୋଟିଏ ଲିଟର ପେଟ୍ରୋଲ ପାଇଁ କେତେ ଟଙ୍କା ଦେବେ ଜାଣିଛନ୍ତି?
୬୦ କିଲୋମିଟର ମଧ୍ୟରେ ମାତ୍ର ଗୋଟିଏ ଟୋଲ୍ ପ୍ଲାଜା ରହିବ । ଯଦି ୬୦ କିମି ମଧ୍ୟରେ ୨ଟି ଥାଏ, ୩ ମାସ ମଧ୍ୟରେ ୨ୟ ଟି ଉଚ୍ଛେଦ ହେବ
ପଞ୍ଚାୟତ ଭୋଟ୍ କେବେଠୁ ସରିଲାଣି, ହେଲେ ଥମୁନି ନିର୍ବାଚନୀ ପର ହିଂସା । ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁରେ ଯେମିତି ଘିଅ ସଦୃଶ ହୋଇଛି ଗତକାଲିର ହୋଲିଖେଳ । ଘନ ଘନ ବୋମାମାଡ଼ ସାଙ୍ଗକୁ ଗୁଳିକାଣ୍ଡରେ ପୁଣି ଅଶାନ୍ତ ହୋଇଛି ବ୍ରହ୍ମଗିରିର ଦଣ୍ଡୁଆସି ଗାଁ ।
ଠେଙ୍ଗାବାଡ଼ି ଧରି କେମିତି ଉଗ୍ରରୂପ ଦେଖାଇଛନ୍ତି ହିଂସାକାରୀ।
ଦଳର ହାଇକମାଣ୍ଡ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି।