/odishatv-khabar/media/post_attachments/uploadimage/library/16_9/16_9_0/____1651398654.jpg)
Alleged custodial death at Abhaychandapur police station
ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାକୁ ନେଇ ଏସ୍ପି ଓ ଥାନା ଆଇଆଇସିଙ୍କୁ କଂଗ୍ରେସ ଟାର୍ଗେଟ କରିଛି। ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ।
ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ୨୦୨୦ ନଭେମ୍ବର ୧୯ରେ ପୁରୀ ବାସେଳି ସାହି ଥାନାରେ ଘଟିଥିବା କେ.ରମେଶ ହାଜତ ମୃତ୍ୟୁ ଘଟଣାର ପୁନରାବୃତ୍ତି ଘଟିଛି। ସେ ସମୟରେ ପୁରୀ ଏସ୍ପି ଅଖିଳେଶ୍ୱର ସିଂ ଓ ବାସେଳି ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନା ଥିଲେ।
ଏହି ଘଟଣାରେ ବି ଜଗତସିଂହପୁର ଏସ୍ପି ଅଖିଳେଶ୍ୱର ସିଂ ଥିବା ବେଳେ ଅଭୟଚାନ୍ଦପୁର ଥାନା ଆଇଆଇସି ଜୀବନାନନ୍ଦ ଜେନା ଅଛନ୍ତି। ଯଦି ସେତେବେଳେ ଏ ଦୁଇ ଜଣଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥାନ୍ତେ ତା’ହାଲେ ହାଜତ ମୃତ୍ୟୁ ହୋଇନଥାନ୍ତା ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି।
‘ମୋ ପୁଅ ଆଜି ଯାଏ ଜୀବନରେ କୌଣସି କ୍ରାଇମ୍ କରିନାହିଁ। ତା’ ଡ୍ୟୁଟି ଭଲ ତ ସେ ଭଲ। ହେଲେ ବ୍ରାଉନସୁଗର କେସ୍ରେ ତାକୁ ଫସାଇ ପୁଅକୁ ପୋଲିସ୍ ପିଟିପିଟି ହତ୍ୟା କରିଛି’ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)