• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । ଖରା ବଢ଼ିଲା ପରେ ପାଣି କମିଲା, ବାରମ୍ବାର ହେଲା ବିଦ୍ୟୁତ କାଟ୍‌ । ଆଉ ତାପରେ ମନେ ପଡ଼ିଲା ମହାନଦୀ ପ୍ରସଙ୍ଗ ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୨୨ ବର୍ଷ ଭିତରେ ମହାନଦୀ ଉପରେ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି । ସିଡବ୍ଲ୍ୟୁସିର ସମୀକ୍ଷା ବେଳେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇନଥିବା ଟୁଡୁ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆଉ ୨ ବର୍ଷ କାର୍ଯ୍ୟକାଳ ଥିବା ବେଳେ, ପ୍ରସ୍ତାବ ଦେଲେ କାର୍ଯ୍ୟ ଆଗେଇ ନିଆଯାଇପାରନ୍ତା ବୋଲି ଟୁଡୁ କହିଛନ୍ତି ।

ସେହିପରି ରାଜ୍ୟର ଜଳସଂକଟ ଓ ଜଳମଗ୍ନ ସ୍ଥିତିର ମୁକାବିଲା ପାଇଁ ଡିପିଆର ପ୍ରସ୍ତୁତ କରାଯାଇଛି । ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ କବଜାରେ ରହିଛି, ମାତ୍ର ରାଜ୍ୟ ସରକାର ଚାହିଁଲେ ତଳମୁଣ୍ଡରେ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇପାରିବେ ବୋଲି ବିଶ୍ୱେଶ୍ୱର କହିଛନ୍ତି । ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଏହା କହିଛନ୍ତି ବିଶ୍ୱେଶ୍ୱର । ସେପଟେ ବିଶ୍ୱେଶ୍ୱରଙ୍କ ମନ୍ତ୍ୟବର ଜବାବ ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ ।

ମୁନା ଖାଁ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜେ କେନ୍ଦ୍ର ଜଳରାଷ୍ଟ୍ର ମନ୍ତ୍ରୀ ଅଛନ୍ତି । ସେ ଚାହିଁଲେ ନିଜେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଛତିଶଗଡ଼କୁ ତାଗିଦ୍‌ କରିବା ସହ ତାଙ୍କ କାମ ବନ୍ଦ କରିପାରିବେ । ହେଲେ ସେ ସେୟା କରୁନାହାନ୍ତି ବୋଲି କହିଛନ୍ତି ମୁନା ଖାଁ ।