Advertisment

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଡକରା ମିଳିଛି। ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Congress Bhawan

Odisha Congress Bhawan

ଜୋର ଧରିଲା ପିସିସି ସଭାପତି ଚୟନ ପ୍ରକ୍ରିୟା ା କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଡକରା ମିଳିଛି। ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି।

Advertisment

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି। ଏହି ଅବସରରେ ବରିଷ୍ଠ ନେତା ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। 

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି । ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ସହ ସାଂଗଠନିକ ପୁର୍ନବିନ୍ୟାସ ହେବାକୁ ଯାଉଛି। ଏଥିରେ ସନ୍ଦେହ ନାହିଁ।

Advertisment

କିନ୍ତୁ ହାଇକମାଣ୍ଡ ପଠାଇଥିବା ପ୍ରତିନିଧିଙ୍କ ଉପରେ ଦଳୀୟ ନେତାଙ୍କ ବିଶ୍ୱାସ ନରହିବା କଂଗ୍ରେସ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ତେଣୁ ଅନେକ ନେତା ସିଧାସଳଖ ହାଇକମାଣ୍ଡଙ୍କ ନିକଟରେ ମତ ରଖିବାକୁ ଦିଲ୍ଲୀରେ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ହାଇକମାଣ୍ଡ କେଉଁ ଆଧାରରେ ନେତୃତ୍ୱ ପରିବର୍ତ୍ତନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Rahul Gandhi Congress MLAs
Advertisment
Advertisment