• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ ଗ୍ରହଣ । ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ମେ’ ୪ରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି । ସେହିଭଳି ମେ’ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇପାରିବ । ମେ’ ୧୨ରେ ନାମାଙ୍କନ ଯାଞ୍ଚ, ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ପାଇଁ ସମୟ ରହିବ । ମେ’ ୩୧ରେ ଭୋଟ ଗ୍ରହଣ, ଜୁନ୍ ୩ ତାରିଖରେ ଗଣତି ହେବ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡ଼ିଛି ବ୍ରଜରାଜନଗର ଆସନ ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ରାଜ୍ୟର ସମସ୍ତ ବଡ଼ ବଡ଼ ନେତା ତଥା ମନ୍ତ୍ରୀ କିଶୋର ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ । ପଶ୍ଚିମ ଓଡ଼ିଶାରେ କିଶୋର ମହାନ୍ତି ଜଣେ ଚର୍ଚ୍ଚିତ ଚେହେରା ଥିଲେ । ତାଙ୍କର ବେଶ୍‌ ଦବଦବା ଥିଲା । ସେ ଜଣେ ଜନପ୍ରିୟ ନେତା ମଧ୍ୟ ଥିଲେ । ହୃୃଦଘାତ ଜନିତ ଚିକିତ୍ସା ବେଳେ ତାଙ୍କର ପରଲୋକ ହୋଇଥିଲା । 

ଏକ ଶୋକ ସଭାରେ ସେ ଯୋଗ ଦେବା ପାଇଁ ସେ ଯାଇଥିଲେ। ସେଠାରୁ ଆସିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ସ୍ୱର୍ଗତ କିଶୋର ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଥିଲେ । ଚଳିତ ଥର ସେ ବ୍ରଜରାଜନଗରରୁ ବିଧାୟକ ଥିଲେ । ସେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ କିଶୋର । 

ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଭାଳେଣି ପଡ଼ିଛି, ବ୍ରଜରାଜ ନଗରରେ କିଏ ଧରିବ ବିଜେଡି ମଙ୍ଗ । ପଶ୍ଚିମ ଓଡ଼ିଶାରେ ବିଜେଡିରେ ଅନ୍ୟତମ ବରିଷ୍ଠ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ଦବଦବା ଜାହିର କରି ଆସୁଥିବା ବେଳେ ତାଙ୍କ ଝିଅଙ୍କୁ ବ୍ରଜରାଜନଗରରୁ ବିଜେଡି ଟିକଟ ଦିଆଯାଉ ବୋଲି ତାଙ୍କର ଆଶା ରହିଛି । ସେପଟେ ବିଜେଡିର ପରମ୍ପରା କହୁଛି ସ୍ୱାମୀଙ୍କ ଦେହାନ୍ତରେ ସ୍ତ୍ରୀଙ୍କୁ ଦିଆଯିବ ଦଳୀୟ ଟିକଟ । ତେବେ ଏହାରି ଭିତରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ।