ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡି ଅଳକାଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ବିଜେପିର ରାଧାରାଣୀ ପଣ୍ଡା ରହିଥିବା ବେଳେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅଳକା ମହାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ତେବେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି।
ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି। ସେଠାରେ କାହା ନାଁ ରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।
ଏଥର ନିର୍ବାଚନରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା ଥିବାରୁ, ଏବେଠୁ ସହଯୋଗୀ ଦଳମାନଙ୍କ ପାଖରେ ବିଜେପି ପହଞ୍ଚିବା ଆରମ୍ଭ କରିଛି । ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି କ୍ରମେ ଧର୍ମେନ୍ଦ୍ର ଏଥିପାଇଁ ପ୍ରଥମେ ବିହାରରେ ପହଞ୍ଚିଛନ୍ତି । ଆଗକୁ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଆସିପାରନ୍ତି ବୋଲି କୁହାଯାଉଛି ।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା। ୯ ବିଧାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତା। ଆସନ୍ତାକାଲି ରାହୁଲ ଗାନ୍ଧି ଓଡିଶା କଂଗ୍ରେସ ନେତୃତ୍ୱଙ୍କ ସହ କରିବେ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା। ପିସିସି ସଭାପତି ଚୟନ ସହ ସାଂଗଠନିକ ପରିବର୍ତ୍ତନ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା
ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ବିଜେପି ତାଙ୍କ ନାଁ ଘୋଷଣା କରିଛି।
ତାରାପ୍ରସାଦ ବାହିନୀପତି ଏବଂ ବିଡିଓ କଥା କଟାକଟି ଘଟଣା : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ କଟାକ୍ଷ
ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍
ଦାମ-ଦେବାଶିଷ କଳି ନୂଆ ନୁହେଁ। ପୂର୍ବରୁ ଏହାର ଅନେକ ନଜିର ରହିଛି ମାତ୍ର ଏବେ ପୁଅ ସମ୍ବିତଙ୍କ ସହ ଦେବାଶିଷଙ୍କର ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।
୨୪ରେ ପାରାଦୀପରୁ କିଏ ହେବ ବିଧାୟକ ପ୍ରାର୍ଥୀ? ଦେବାଶିଷ-ସମ୍ବିତ ତୁତୁ ମେଁମେଁ I ସପ୍ନ ଦେଖିବାକୁ ମନା ନାହିଁ, ଦିବା ସ୍ବପ୍ନ ଭୟଙ୍କର: ସମ୍ବିତ I ବିଜେଡିକୁ ଅଡୁଆ ହେବେ ଏକାଧିକ ଆଶାୟୀ: ରାଜନୈତିକ ସମୀକ୍ଷକ
ପାରାଦୀପ ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରି ପରୋକ୍ଷରେ ସୂଚନା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଦେବାଶିଷଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିଧାୟକ ସମ୍ବିତ୍ ରାଉରତାୟ ।
ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଏବଂ ଭୃଣହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବିହିନୀପତି ।
ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।
ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ ।
ଶାସକ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଭଳି ସାଙ୍ଘାତିକ ଅଭିଯୋଗ । ପୀଡ଼ିତା ଅଭିଯୋଗ କରିବା ବି ଦୁଇଦିନ ବିତିଲାଣି । ହେଲେ ପୋଲିସ୍ କିନ୍ତୁ ତଦନ୍ତ ନେଇ ମୁହଁ ଖୋଲୁନି ।
ବିଜେଡି ପ୍ରକାଶଙ୍କ ସପକ୍ଷରେ ବାହରିଛି । ତେଣୁ ୨ଟି ଦଳର ବିଧାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ କାହିଁକି ବୋଲି ଉଠିଛି ପ୍ରଶ୍ନ ।
ବିଜେଡି ଚାହୁଁନି ସଭାପତି ପଦବୀରେ ଜଣେ ଶକ୍ତିଶାଳୀ ଲୋକ ବସୁ । ତେଣୁ ଲବି କରି ଦୁର୍ବଳ ଲୋକ ବସେଇବା ପାଇଁ ଯୋଜନା ହୋଇଛି ।
ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ।
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।
ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ନବରଙ୍ଗପୁର ରାଜନୀତିରେ ହଟଚମଟ, ରାଜ୍ୟ ରାଜଧାନୀରେ ହଇଚଇ । ପ୍ରକାଶ ମାଝୀ ଯୌନ ନିର୍ଯାତନା ସହ ଭୃଣହତ୍ୟା ଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ଦର୍ଶାଇ ଗର୍ଜିଛନ୍ତି ବିରୋଧୀ ।
ବଡ଼ କଥା ହେଉଛି ଚାଷୀ ଆୟର ଏଭଳି ଦୟନୀୟ ସ୍ଥିତିକୁ ବି ପରୋକ୍ଷରେ ମାନିଛନ୍ତି ସରକାର ।
ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଚୟନ କସରତ । କେଉଁ ଦଳରୁ କିଏ ପ୍ରାର୍ଥି ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଲ୍ପନା । ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ ।