• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ନାମାଙ୍କନ ଭରିବେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି । ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି । ସେମାନେ ମଧ୍ୟ ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ।

ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପରେ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କୁ ଦ୍ରୌପଦୀ ଭେଟିଥିଲେ । ଦିଲ୍ଲୀରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦ୍ରୌପଦୀଙ୍କ ବିଜୟ ସହଜ ହେବ ବୋଲି ଆଶା କରାଯାଉଛି ।