Advertisment

ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।

author-image
Pramod Behera
Draupadi Murmu Nominated as President

Draupadi Murmu Nominated as President

ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରହିବନ ମନ୍ତ୍ରୀ ନୀତିନ ଗଡ଼କରି ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ। ଏହାଛଡା ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳର ସାଂସଦ ଓ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।

Advertisment

ସେପଟେ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ବିଜେଡି, YSR କଂଗ୍ରେସ, ଜେଡିୟୁ, ଏଆଇଡିଏମ୍‌କେ ଭଳି ଦଳର ନେତାମାନେ ପ୍ରସ୍ତାବକ ରହିଛନ୍ତି। ଦ୍ରୌପଦୀ ଓଡ଼ିଶାର ଜନଜାତି ଝିଅ ହୋଇଥିବାରୁ ରାଜ୍ୟ ବିଜେପିର ବିଧାୟକମାନେ ଓ ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଉପସ୍ଥି ଥିଲେ। ସେପଟେ ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି।

ବିଜେଡି ପାଖରେ ୨.୮୫ ପ୍ରତିଶତ, ଓ୍ୱାଇଏସ୍ଆର୍ କଂଗ୍ରେସ ପାଖରେ ୪ ପ୍ରତିଶତ ଭୋଟ ରହିଛି। ଏନ୍‌ଡିଏର ଭୋଟ ସହ ଏହି ଦୁଇ ଦଳର ଭୋଟ ମିଶାଇଲେ ଦ୍ରୌପଦୀଙ୍କ ସପକ୍ଷରେ ୫୫ ଦଶମିକ ୭୫ ପ୍ରତିଶତ ହେଉଛି। ତେଣୁ ଭୋଟ୍‌ ପ୍ରତିଶତ ଦୃଷ୍ଟିରୁ ଦ୍ରୌପଦୀଙ୍କ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

Advertisment

ସେପଟେ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀଙ୍କୁ କଂଗ୍ରେସ ସମର୍ଥନ ଦେଇ ନଥିବାରୁ କଡ଼ା ସମାଲୋଚନା କରିଛି ରାଜ୍ୟ ବିଜେପି। ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଓଡ଼ିଶା ଗର୍ବିତ। କିନ୍ତୁ କଂଗ୍ରେସ ଏହାକୁ ହଜମ କରି ପାରୁନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି।

ଆଦିବାସୀମାନଙ୍କ ଭଲପାଇବା ସତ୍ତ୍ୱେ କଂଗ୍ରେସ ଓଡ଼ିଶାକୁ ଅବହେଳା କରିଛି। କଂଗ୍ରେସର ନିଷ୍ପତ୍ତି ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ବିଚାରଧାରା ଉପରକୁ ଯାଇ କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସମୀର।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେପି ତାଙ୍କ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବ, ଆମେ ଆମଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବୁ। ବିଜେପି କେବଳ ବ୍ଲେମ୍ ଗେମ୍ କରି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ଶରତ କହିଛନ୍ତି। ସେପଟେ ଦଳମତ ନିର୍ବିଶେଷରେ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ସମର୍ଥନ ଲାଗି ଅପିଲ୍ କରିଥିଲେ କଂଗ୍ରେସ ସମର୍ଥନ ନ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି।

ମିଳିତ ବିରୋଧୀ ପ୍ରାର୍ଥୀ ଭାବେ ଯଶବନ୍ତ ସିହ୍ନା ଆସନ୍ତା ୨୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ। ତବେ ଆମ୍ ଆଦମୀ ପାର୍ଟି, ଟିଆର୍‌ଏସ୍, ଅକାଳୀ ଦଳ ଭଳି କିଛି ଦଳ କାହାକୁ ସମର୍ଥନ କରିବେ ତାହା ଘୋଷଣା କରି ନାହାଁନ୍ତି। ତେବେ ଜୁଲାଇ ୧୮ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଆଉ ୨୧ ତାରିଖରେ କାଉଣ୍ଟିଂ ତାପରେ ସ୍ପଷ୍ଟ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି।

(ରିପୋର୍ଟ : ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ସହ ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦ)

President Draupadi Murmu President Election
Advertisment
Advertisment