/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656302383.jpg)
Maharashtra Political Crisis: Eknath Shinde group moves Supreme Court
ମହାରାଷ୍ଟ୍ର କ୍ଷମତା ଲଢେଇ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି ହେବ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି । ଶିବସେନା ପକ୍ଷରୁ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ହୋଇଥିବା ଆବେଦନ ଉପରେ ସିନ୍ଦେ ଗ୍ରୁପ ଚ୍ୟାଲେଞ୍ଜ କରିଛନ୍ତି ।
ଏହି ନୋଟିସକୁ ଉପ ବାଚସ୍ପତିଙ୍କ ପକ୍ଷରୁ ଜାରି ହୋଇଥିବା ଅବୈଧ ବୋଲି ଯୁକ୍ତି ବାଢିଛନ୍ତି । ଏକନାଥ ଗୋଷ୍ଠି ଅନ୍ୟଏକ ଆବେଦନରେ ଶିବସେନା ବିଧାୟକ ଦଳନେତା ଓ ଚିଫ୍ ହ୍ୱିପ୍ ପଦ ବଜାୟ ରଖିବାକୁ ସିନ୍ଦେ ଗ୍ରୁପ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା କାଲି ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ଶୁଣାଣି ହୋଇପାରେ ।
ସୂଚନା ଅନୁସାରେ, ଗୋଟିଏ ପଟେ ଏକନାଥ ସିନ୍ଦେ ତାଙ୍କ ଶକ୍ତି ବଢାଉଥିବା ବେଳେ ଅନ୍ୟପଟେ ରାଜରାସ୍ତାରେ ଶକ୍ତି ଦେଖାଉଛନ୍ତି ଶିବ ସୈନିକ । ଆଜି ଶିବ ସୈନିକମାନେ ରାଜ୍ୟ ବ୍ୟାପି ଆରମ୍ଭ କରିଛନ୍ତି ଜୁତାମାରୋ ଆନ୍ଦୋଳନ । ମୁମ୍ବାଇ, ନାଗପୁର, ଥାଣେ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକନାଥ ସିନ୍ଧେଙ୍କୁ ବିରୋଧ ବାଇକ୍ ରାଲିର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇଛନ୍ତି ରାଜ୍ୟର ଆଉ ଜଣେ ମନ୍ତ୍ରୀ ଉଦୟ ସାଓ୍ୱନ୍ତ ।
ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବା ପାଇଁ ମୁମ୍ବାଇରୁ ଗୌହାଟି ଅଭିମୁଖେ ଯାତ୍ରା କରିଛନ୍ତି ଉଦୟ । ବର୍ତ୍ତମାନ ଆଦିତ୍ୟ ଠାକରେଙ୍କୁ ଛାଡିଦେଲେ ଉଦ୍ଧବଙ୍କ ପାଖରେ ଶିବ ସେନାର ବିଧାନସଭାରୁ କୌଣସି ସଦସ୍ୟ ମନ୍ତ୍ରୀ ନାହାଁନ୍ତି । ଅନ୍ୟ ଦୁଇ ମନ୍ତ୍ରୀ ବିଧାନ ପରିଷଦ ସଦସ୍ୟ ହୋଇଥିବାବେଳେ ଆଉ ଜଣେ ଅଂଶୀଦାର ଦଳ କ୍ରାନ୍ତିକାରୀ ଶେତକାରୀ ପାର୍ଟିର । ଉଦୟଙ୍କୁ ମିଶାଇଲେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାରଙ୍କ ୮ଜଣ ମନ୍ତ୍ରୀ ସିନ୍ଧେ କ୍ୟାମ୍ପରେ ସାମିଲ ହେଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)