Advertisment

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଓଡ଼ିଶାର ସବୁ ଭୋଟ୍‌ ତାଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ନବୀନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CM Naveen Patnaik Talks With NDA Presidential Candidate Draupadi Murmu

CM Naveen Patnaik Talks With NDA Presidential Candidate Draupadi Murmu

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଟ୍ୱିଟ୍‌ କରି ନବୀନ କହିଛନ୍ତି। ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଓଡ଼ିଶାର ସବୁ ଭୋଟ୍‌ ଦ୍ରୌପଦୀଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ନବୀନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ସେପଟେ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ୟୁ ଟର୍ଣ୍ଣ । ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ନାହିଁ ବୋଲି ସୁର ସ୍ପଷ୍ଟ କରିଛନ୍ତି। ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ, ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ନିଜର ଭୋଟ୍ ଦେବେ ବୋଲି ସୁର କହିଛନ୍ତି ।

Advertisment

ସୂଚନାଥାଉ କି, ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ପାଇଁ ଜୁନ୍‌ ୨୪ ତାରିଖରେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ନାମାଙ୍କନ ଭରିଥିଲେ। ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରହିବନ ମନ୍ତ୍ରୀ ନୀତିନ ଗଡ଼କରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହାଛଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳର ସାଂସଦ ଓ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।

Droupadi Murmu NDA Presidential Candidate Presidential Elections 2022 Presidential Candidate Draupadi Murmu Naveen Patnaik
Advertisment
Advertisment