Uddhav Thakrey
ସିନ୍ଦେ ସାବ୍ ଆଗକୁ ବଢ଼, ଆମେ ତୁମ ସାଥିରେ ଅଛୁ । ଇଏ ଆସାମ ଗୌହାଟି ସ୍ଥିତି ରାଡିସନ୍ ବ୍ଲୁ ହୋଟେଲ୍ରୁ ଏକ୍ନାଥ ସିନ୍ଦେ କ୍ୟାମ୍ପରେ ଥିବା ନେତାଙ୍କ ନାରା । ଏଥିରେ ୩୫ ଶିବସେନା ଓ ୭ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୪୨ ଜଣଙ୍କୁ ଦେଖିବାକୁ ମିଳିଛି । ଗୁରୁବାର ଦୀପକ କେଶରକରଙ୍କ ସମେତ ଆଉ ୩ ଜଣ ବିଧାୟକ ମୁମ୍ବାଇରୁ ଗୌହାଟିକୁ ଯାଇ ବିଦ୍ରୋହୀ ବିଧାୟକଙ୍କ ସହ ସାମିଲ ହୋଇଛନ୍ତି । ଶିବସେନା, କଂଗ୍ରେସ ଓ ଏନ୍ସିପି ସହିତ ମେଣ୍ଟ ଭାଙ୍ଗି ଦେଉ ବୋଲି ବିଦ୍ରୋହୀ ବିଧାୟକମାନେ ଦାବି କରିଥିବା ବେଳେ, ଦୀପକ କେଶରକର ମଧ୍ୟ କହିଛନ୍ତି ଯେ, ‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)