• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀଦଳ ନେତା । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ସବୁ ବିଜେପି ବିଧାୟକ । ରାଜ୍ୟ ସଭାପତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଅବଗତ କରାଇଛନ୍ତି । ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ଦେବାକୁ ଉଭୟ ପ୍ରତିଶ୍ରୁତି ଦେଇଛନ୍ତି । ଆମ ଦଳରେ ୨୨ ବିଧାୟକ, ଅଧିକାଂଶ ବରିଷ୍ଠ ଓ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ ଯାହାକୁ ବିରୋଧୀଦଳ ନେତା କଲେ ଚଳିବ ବୋଲି କହିଛନ୍ତି କୁସୁମ ଟେଟେ ।

ଅନ୍ୟପଟେ ବିଧାନସଭାରେ ସରକାରଙ୍କୁ ଘେରିବାକୁ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି କୁସୁମ୍ । ସେ କହିଛନ୍ତି ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ଅଛି । ଯେମିତିକି ଚାଷୀଙ୍କ ଅସୁବିଧା ଏକ ମୁଖ୍ୟ ପ୍ରସଙ୍ଗ । ଏହାପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ ଯାଇଛି । ତେଣୁ ସେହି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିବ । ଏହାସହ ଟାଟା କମ୍ପାନୀ ଯେଉଁଭଳି ଭାବେ ଲୋକଙ୍କୁ ଅତ୍ୟାଚାର କରୁଛି ତାହା ମଧ୍ୟ ଏକ ବିଡ଼ମ୍ବନାର ବିଷୟ । 

ବିଧାନସଭାରେ ସରକାରଙ୍କୁ ଘେରିବାକୁ ଏଭଳି ଅନେକ ଅସ୍ତ୍ର ରହିଛି ବିରୋଧୀଙ୍କ ପାଖରେ ବୋଲି କହିଛନ୍ତି ବିଧାୟିକା କୁସୁମ ଟେଟେ । ଏହାସହ ସେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ପ୍ରଶଂସା କରିବା ସହ ସେ ନିଶ୍ଚୟ ଜିତିବେ ବୋଲି କହିଛନ୍ତି ।