• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଇଡିର ଏଣ୍ଟ୍ରି । ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଦୁର୍ନୀତି ମାମଲାରେ ଆସନ୍ତାକାଲି ପଚରାଉଚରା ପାଇଁ ସଞ୍ଜୟ ରାଉତଙ୍କୁ ଡକାଯାଇଛି । ତେବେ ସଞ୍ଜୟ ରାଉତ କାଲି ହାଜର ହେବେ କି ନାହିଁ ଜଣାପଡ଼ିନି।

ଏହାପୂର୍ବରୁ ସଞ୍ଜୟ ରାଉତ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହି ସମୟରେ ସଞ୍ଜୟ ରାଉତ କହିଥିଲେ ସରକାର ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ କରିବା ପଛରେ ଇଡିର ଭୟ ରହିଛି । ଅନ୍ୟପକ୍ଷରେ ସଞ୍ଜୟ ରାଉତଙ୍କୁ ଇଡି ସମନ୍ ପରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦି ଇଡିକୁ ଟାର୍ଗେଟ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ବିଜେପି ନିକଟରେ ସର୍ବୋଚ୍ଚ ଭକ୍ତିର ଉଦାହରଣ ଉପସ୍ଥାପନ କରୁଛି ଇଡି ।

ଅନ୍ୟପଟେ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି, ମୁଁ ବର୍ତ୍ତମାନ ବୁଝି ପାରୁଛି ଇଡି ମୋତେ କାହିଁକି ସମନ୍ କରିଛି । ଆମେ ସମସ୍ତେ ବାଲାସାହେବଙ୍କ ଶିବ ସୈନିକ, ଏବେ ବଡ଼ ଲଢ଼େଇ ଚାଲିଛି । ଏବେ ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି।

ଏହାପୂର୍ବରୁ ଇଡି ପ୍ରବୀଣ ରାଉତଙ୍କୁ ଗିରଫ କରିଥିଲା । ପ୍ରବୀଣ ରାଉତ ସଞ୍ଜୟ ରାଉତଙ୍କ ନିକଟତର ବୋଲି କୁହାଯାଏ ।  ପ୍ରବୀଣ ରାଉତଙ୍କର କୋଟି କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିଥିଲା । ​​ଏଥିରେ ପାଲଘରର ପ୍ରବୀଣ ରାଉତଙ୍କ ସହ ଜଡିତ ସମ୍ପତ୍ତି ପ୍ରାୟ ୯ କୋଟିର ବୋଲି ଜଣାପଡ଼ିଛି । 

ଏହାପୂର୍ବରୁ ଡିସେମ୍ବର ୨୦୨୦ରେ ପିଏମସି ବ୍ୟାଙ୍କ ସ୍କାମ ମାମଲାର ଯାଞ୍ଚ ବେଳେ ପ୍ରବୀଣଙ୍କ ନାମ ଆସିଥିଲା ।  ପ୍ରବୀଣ ରାଉତଙ୍କ ପତ୍ନୀ ମାଧୁରୀ ୨୦୧୦ ମସିହାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ୫୫ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରିଥିଲେ, ଯାହା ମୁମ୍ବାଇର ଦାଦାରରେ ଫ୍ଲାଟ କିଣିବାରେ ବ୍ୟବହୃତ ହୋଇଥିଲା । ଇଡି ସେହି ଅର୍ଥର କେହଁଠୁ ଆସିଲା, ତାହାର ଅନୁସନ୍ଧାନ କରୁଛି ।