• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଂସଦଙ୍କ ତୃତୀୟ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ମୁଖ୍ୟତଃ ଜନସାଧାରଣଙ୍କ ଉନ୍ନତି, ଅଭିଯୋଗ ଶୁଣାଣି, ସମାଧାନ ଏବଂ ଜନସାଧାରଣ ନିକଟରେ ପହଞ୍ଚିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ସାଂସଦ ଅପରାଜିତା ।

ତୃତୀୟ ବର୍ଷର କାର୍ଯ୍ୟକାଳରେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଭିନ୍ନ ଯୋଜନା ମାଧ୍ୟମରେ ହୋଇଥିବା କାର୍ଯ୍ୟର ରିପୋର୍ଟ କାର୍ଡ ରଖିଛନ୍ତି । ଅପରାଜିତାଙ୍କ ତୃତୀୟ ବର୍ଷ କାର୍ଯ୍ୟକାଳରେ ଜାତୀୟ ରାଜପଥରେ ମୋଟ ୬ ହଜାର ୪୭୩ କୋଟି ଟଙ୍କାର କାର୍ଯ୍ୟ ହୋଇଛି । ଏଥି ମଧ୍ୟରେ ୧୦ଟି ଫ୍ଲାଏଓଭର ୨୮ଟି ଅଣ୍ଡରପାସ, ୫ ହଜାର ୭୪୪ କୋଟି ଟଙ୍କାର କ୍ୟାପିଟାଲ ରିଜିୟନ ରିଂ ରୋଡ୍ ଏବଂ ଖୋର୍ଦ୍ଧା ବାଇପାସ ରୋଡ୍ ରହିଛି ।

ଭୁବନେଶ୍ୱର ୪ ନମ୍ବର ଓ୍ୱାର୍ଡରେ ଜାତୀୟ ରାଜପଥ କାଯର୍ୟକର୍ତ୍ତାଙ୍କ ସହଯୋଗରେ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ୬ଟି ମୁଖ୍ୟ କେନାଲ କରାଯାଇପାରିଛି । ସଂସଦୀୟ ପାଣ୍ଠିର ଉପଯୋଗ କରି ୧୧୪୩ଟି ପ୍ରକଳ୍ପ ମଧ୍ୟରୁ ୧୦୩୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ୧୦୭ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ହଜାର ୯୦୯ ପକ୍କା ଘର ମଂଜୁର ହୋଇଛି । ସେଥିମଧ୍ୟରୁ ୩୫୭୪ଟି ପକ୍କା ଘର ସମ୍ପୂର୍ଣ୍ଣ ହୋଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୩୯ କୋଟି ଟଙ୍କା ବ୍ୟୟରେ ୩୧୧ କିଲୋମିଟର ରାସ୍ତା ନିର୍ମାଣ ହୋଇଛି । ୬ କୋଟି ଟଙ୍କା ବ୍ୟୟରେ ୧୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ହୋଇଛି । ଜଳଜୀବନ ମିଶନ ମାଧ୍ୟମରେ ୨ ଲକ୍ଷ ୨୦ ହଜାର ୯୮୫ ଘରକୁ ପାଇପ ପାଣି ଯୋଗାଣ କରାଯାଇଛି ।