/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656239998.jpg)
Sura Routray takes u turn, says Odisha Congress will support Yashwant Sinha
କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ୟୁ ଟର୍ଣ୍ଣ । ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଲେ । ସୁର ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ନିଜର ଭୋଟ୍ ଦେବେ ବୋଲି ସୁର କହିଛନ୍ତି ।
Advertisment
ପୂର୍ବରୁ ସେ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ସୁର ନିଜ କଥା ପ୍ରତ୍ୟାହାର କରିନେଇଥିବା କହିଛନ୍ତି । ଦ୍ରୌପଦୀ ନୁହଁ, ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି ସୁର ।
ତେବେ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମତକୁ ନେଇ ସେ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଥିଲେ ଏହାପରେ ତାଙ୍କ ମନ୍ତବ୍ୟକୁ ନେଇ ବହୁ ଗଣମାଧ୍ୟମରେ ବିଭିନ୍ନ କଥା ପ୍ରକାଶ ପାଇଥିଲା ଓ ତାଙ୍କୁ ବହୁ ଫୋନ୍ କଲ୍ ଆସିଥିଲା ବୋଲି ସୁର କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)