Yashwant Sinha
ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନପତ୍ର ଦାଖଲ କରିବେ ବିରୋଧୀ ମେଣ୍ଟ ଦଳର ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ନାମାଙ୍କନ ପରେ ସେ ନିଜ ସପକ୍ଷରେ ସମର୍ଥନ ଲୋଡ଼ିବାକୁ ବିଭିନ୍ନ ରାଜ୍ୟ ଗସ୍ତ କରିପାରନ୍ତି । ପୂର୍ବରୁ ସେ ତୃଣମୂଳ କଂଗ୍ରେସ ଦଳରେ ରହିଥିଲେ । ୟଶଓ୍ୱନ୍ତ ସିହ୍ନା ବିରୋଧୀ ପ୍ରାର୍ଥୀ ଭାବେ ଘୋଷଣା ପରେ ସେ ତୃଣମୂଳ କଂଗ୍ରେସ ଛାଡିଛନ୍ତି ।
ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ କଂଗ୍ରେସ, ଟିଏମସି, ଏନସିପି, ଶିବସେନା, ସିପିଆଇ, ସିପିଏମ୍, ସିପିଆଇଏମ୍ଏଲ୍, ଡିଏମକେ, ଆରଜେଡି, ଏସପି, ନ୍ୟାସନାଲ କନ୍ଫରେନ୍ସ, ପିଡିପି, ଜେଡିଏସ୍, ଆରଏଲଡି, ଆରଏସପି ଏବଂ ଆଇୟୁଏମ୍ଏଲର ସମର୍ଥନ ରହିଛି । ଯଶୱନ୍ତ ସିହ୍ନାଙ୍କୁ TRS ବି ଦେବ ସମର୍ଥନ । ସମର୍ଥନ ଘୋଷଣା ସହ ଆଜି ନାମାଙ୍କନ ଦାଖଲ ବେଳେ ପ୍ରସ୍ତାବକ ରହିବା ନେଇ ସୂଚନା ମିଳିଛି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ TRS କାର୍ଯ୍ୟକାରୀ ସଭାପତି କେ.ଟି ରାମାରାଓ ଉପସ୍ଥିତ ରହିବେ । ଯଶୱନ୍ତଙ୍କ ବିରୋଧରେ ଏନଡିଏର ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଗତ ୨୪ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ନିଜ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)