/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656052755.jpg)
Draupadi Murmu
ନାମାଙ୍କନ ଦାଖଲ କରିବାକୁ ସଂସଦ ଭବନରେ ପହଞ୍ଚିଲେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସାଥିରେ ଥିଲେ ଅନେକ ସହଯୋଗୀ ଦଳ । ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ରହିବେ ଦ୍ରୌପଦୀଙ୍କ ପ୍ରସ୍ତାବକ । କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।
Delhi | NDA's candidate for the Presidential election Droupadi Murmu arrives at Parliament for filing her nomination pic.twitter.com/PaFsUUJPK5
— ANI (@ANI) June 24, 2022
#WATCH | NDA's candidate for Presidential election Droupadi Murmu arrives at Parliament for filing her nomination pic.twitter.com/t7gwk0fnwL
— ANI (@ANI) June 24, 2022
Delhi | NDA's Presidential candidate #DroupadiMurmu pays tributes at the statues of Mahatma Gandhi, Dr BR Ambedkar and Birsa Munda at Parliament, ahead of filing her nomination pic.twitter.com/qMebhLkeX8
— ANI (@ANI) June 24, 2022
ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପରେ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କୁ ଭେଟିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)